ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ: ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିଭାର’ ଗତକାଲି ରାତିରୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ଏବେ ଉପକୂଳ ଆଡ଼େ ମାଡ଼ି ଆସୁଥିଲେ ମଧ୍ୟ ତା’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସ୍ପଷ୍ଟ କରିଛନ୍ତି। ତଥାପି ଜିଲ୍ଲାପାଳମାନଙ୍କୁ ତୀକ୍ଷ୍ଣ ନଜର ରଖି ସ୍ଥିତିର ଅନୁଧ୍ୟାନ କରିବା ସହ ଯେକୌଣସି ପ୍ରକାରର ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ […]

cyclone

Manoranjan Sial
  • Published: Wednesday, 25 November 2020
  • , Updated: 25 November 2020, 06:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିଭାର’ ଗତକାଲି ରାତିରୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ଏବେ ଉପକୂଳ ଆଡ଼େ ମାଡ଼ି ଆସୁଥିଲେ ମଧ୍ୟ ତା’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ସ୍ପଷ୍ଟ କରିଛନ୍ତି। ତଥାପି ଜିଲ୍ଲାପାଳମାନଙ୍କୁ ତୀକ୍ଷ୍ଣ ନଜର ରଖି ସ୍ଥିତିର ଅନୁଧ୍ୟାନ କରିବା ସହ ଯେକୌଣସି ପ୍ରକାରର ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶାର ଜିଲ୍ଲାଗୁଡ଼ିକ ଉପରେ ପଡ଼ିବ ନାହିଁ କିମ୍ବା ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନାହିିଁ। ତେବେ ୨୫ ଓ ୨୬ତାରିଖ ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ଅଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସେହିପରି ଓଡ଼ିଶା ଉପକୂଳରେ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ କୌଣସି ସତର୍କ ସୂଚନା ନାହିଁ। ମାତ୍ର ସେମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ଏସଆରସିଙ୍କ କହିବା ଅନୁସାରେ, ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଏହି ବାତ୍ୟା ପୁଡୁଚେରୀର ପୂର୍ବଦକ୍ଷିଣରେ ୨୫୦କିମି ଓ ଚେନ୍ନାଇର ଦକ୍ଷିଣ-ପୂର୍ବରେ ୩୦୦କିମି ଦୂରରେ ରହିଥିଲା। ଏହା ଗତ ୬ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୧କିମି ବେଗରେ ଉପକୂଳ ଅଭିମୁଖେ ଆସୁଥିବାବେଳେ ଆସନ୍ତା ୬ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅତ୍ୟନ୍ତ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ଆଶଙ୍କା ରହିଛି। ଏହା ୨୫ତାରିଖ ମଧ୍ୟରାତ୍ରି କିମ୍ବା ୨୬ତାରିଖ ଭୋର ସମୟରେ ତାମିଲନାଡୁ ଓ ପୁଡୁଚେରୀର ଉପକୂଳର କାରାଇକଲ ଓ ମାମଲାପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବ। ସେହିସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦-୧୩୦ ରହିବ।

Related story