ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇସ୍ରାରେ ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ସର୍ଟଲିଷ୍ଟ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ପୁଅ ତଥା ୱିଙ୍ଗ କମାଣ୍ଡର ନିଖିଲ ରଥ। ବଲାଙ୍ଗିର ସହର ସୁଦ୍ପଡାରେ ଜନ୍ମିତ ନିଖିଲଙ୍କ ନାଁ ୨୦୨୨ ମସିହାରେ ହେବାକୁ ଥିବା ମିଶନ ‘ଗଗନଯାନ’ ପାଇଁ ସର୍ଟଲିଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଖବର ପରେ ଏବେ ନିଖିଲଙ୍କ ପାଖକୁ ଛୁଟୁଛି ଶୁଭେଛାର ସୁଅ।
Hon'ble Governer is extremely delighted to know that #Odisha born IAF Wing Commander Nikhil Rath has been shortlisted for the ambitious first human mission to space #Gaganyaan of @isro. The Governor congratulates & wishes him success in the upcoming one year training in Russia.
— Governor Odisha (@GovernorOdisha) August 8, 2020
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ନିଖିଲଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଉତ୍ତରୋତ୍ତର କାମନା କରିଛନ୍ତି।
ଭାରତର ପ୍ରଥମ ମାନବ ଚାଳିତ ମହାକାଶ ମିଶନ #Gaganyaan ୨୦୨୨ ଲାଗି ମନୋନୀତ ହୋଇଥିବା ବାୟୁସେନାର ୱିଙ୍ଗ୍ କମାଣ୍ଡର ବଲାଙ୍ଗୀରର ନିଖିଲ ରଥଙ୍କୁ @PandaJay ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଦେଇଛନ୍ତି। #Odisha ପାଇଁ ଏହା ବହୁତ ଗର୍ବର କଥା। ଶ୍ରୀଯୁକ୍ତ ପଣ୍ଡା ତାଙ୍କର ଉଜ୍ଜ୍ବଳ ଭବିଷ୍ଯତ ଓ ଇସ୍ରୋର ସଫଳତା କାମନା କରିଛନ୍ତି। 🙏🙏
— Baijayant Panda Odia (@Panda_Odia) August 8, 2020
୨୦୦୪ ମସିହାରେ ନିଖିଲ ବାୟୁସେନାରେ ଯୋଗଦେଇଥିଲେ। ବର୍ତ୍ତମାନ ସେ ଚଣ୍ଡିଗଡ ଏୟାରବେସ୍ ୱିଙ୍ଗ କମାଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।