ଏବେ ହେବନି ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ୟୁଜି ଓ ପିଜି ପରୀକ୍ଷା କରାଯିବ ନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଲେଖିଛନ୍ତି। ମହାମାରୀ କରୋନା ପାଇଁ ପିଲାମାନେ ବର୍ତ୍ତମାନ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ପିଲାମାନେ ଅନଲାଇନ ପାଠ ପଢ଼ୁଥିବାରୁ ଏବେ ପରୀକ୍ଷା କରିବା ଉଚିତ ହେବନି। ତେଣୁ କ୍ଲାସରୁମ୍‌ ପାଠପଢ଼ା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯାଉଥିବା ଉଚ୍ଚଶିକ୍ଷା ସଚିବ ଚିଠିରେ ଉଲ୍ଲେଖ ରଖିଛନ୍ତି। ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ […]

Students

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 06:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ୟୁଜି ଓ ପିଜି ପରୀକ୍ଷା କରାଯିବ ନାହିଁ। ଏନେଇ ସମସ୍ତ କୁଳପତି ଓ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି ଲେଖିଛନ୍ତି। ମହାମାରୀ କରୋନା ପାଇଁ ପିଲାମାନେ ବର୍ତ୍ତମାନ ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ପିଲାମାନେ ଅନଲାଇନ ପାଠ ପଢ଼ୁଥିବାରୁ ଏବେ ପରୀକ୍ଷା କରିବା ଉଚିତ ହେବନି। ତେଣୁ କ୍ଲାସରୁମ୍‌ ପାଠପଢ଼ା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯାଉଥିବା ଉଚ୍ଚଶିକ୍ଷା ସଚିବ ଚିଠିରେ ଉଲ୍ଲେଖ ରଖିଛନ୍ତି।

ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ ଲହରୀ ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇପାରିନଥିଲେ। ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ନିଜ ବିଭାଗ ଉପରେ ଛାଡ଼ି ଥିଲେ ରାଜ୍ୟ ସରକାର। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି କରି ଶିକ୍ଷାନୁଷ୍ଠାନ ଖୋଲିବାକୁ ଗାଇଡ୍‌ଲାଇନରେ କୁହାଯାଇଥିଲା। ହେଲେ ସମ୍ପୃକ୍ତ ବିଭାଗ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଆଜି ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନାହାନ୍ତି। ଜାନୁଆରୀରୁ ଶିକ୍ଷାନୁଷ୍ଠାନ ଖୋଲା ଯାଇପାରେ ବୋଲି ଅନୁମାନ କରାଯାଉଛି।

Related story