ଆପ୍‌ରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ, ଘରେ ବସି ଆର୍‌ଟିଓରୁ ପାଇବେ ଆହୁରି ଅନେକ ସେବା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ମୋବାଇଲ ଆପ୍ ଜରିଆରେ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଓଡ଼ିଶାରେ ଆରମ୍ଭ ହୋଇଛି ଏହି ସେବା। ଆର୍‌ଟିଓକୁ ପେପର୍ ଲେସ୍ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ ହୋଇଥିବା ବେଳେ ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବି ବ୍ୟବସ୍ଥା ହୋଇଛି। ଆଉ ଏହି ବ୍ୟବସ୍ଥା ଦେଶରେ ପ୍ରଥମ। ଆଜି ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଅନୁଯାୟୀ UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ। […]

driving

Jitendra Garnayak
  • Published: Wednesday, 10 February 2021
  • , Updated: 10 February 2021, 08:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣିକି ମୋବାଇଲ ଆପ୍ ଜରିଆରେ ମିଳିପାରିବ ଲର୍ଣ୍ଣିଂ ଲାଇସେନ୍ସ। ଓଡ଼ିଶାରେ ଆରମ୍ଭ ହୋଇଛି ଏହି ସେବା। ଆର୍‌ଟିଓକୁ ପେପର୍ ଲେସ୍ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ସେବାର ଶୁଭାରମ୍ଭ ହୋଇଥିବା ବେଳେ ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ ଦେବାର ବି ବ୍ୟବସ୍ଥା ହୋଇଛି। ଆଉ ଏହି ବ୍ୟବସ୍ଥା ଦେଶରେ ପ୍ରଥମ।

ଆଜି ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ଅନୁଯାୟୀ UMANG ଆପ୍ ଜରିଆରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ। ସେହିପରି ଗାଡ଼ି ରେଜିଷ୍ଟ୍ରେସନ୍, ମାଲ ପରିବହନ ପରମିଟ୍, ଗାଡ଼ି ରେଜିଷ୍ଟ୍ରେସନ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ବି ପେପର୍ ଲେସ୍ ହୋଇପାରିବ।

ଯେକୌଣସି ଗାଡ଼ି ରେଜିଷ୍ଟ୍ରେସନ୍ ନବୀକରଣ କିମ୍ବା ମାଲିକାନା ପରିବର୍ତ୍ତନ ହୋଇପାରିବ। ରେଜିଷ୍ଟ୍ରେସନ, ନବୀକରଣ ଓ ପରିବହନ ପରମିଟ ପାଇଁ ଆର୍ଟିଓକୁ ଯିବାକୁ ପଡ଼ିବନି।

Related story