ପ୍ରଦୀପଙ୍କ ମାମଲାର ତଦନ୍ତ କରିବେ ଲୋକାୟୁକ୍ତ, ସୁପାରିସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଲା। ପ୍ରଦୀପଙ୍କ ମାମଲାର ତଦନ୍ତ  କରିବେ ଲୋକାୟୁକ୍ତ। ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ଭାବେ ମାମଲାର ତଦନ୍ତ ପାଇଁ ସୁପାରିସ କଲେ ରାଜ୍ୟ ସରକାର। ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା […]

pradeep-and-naveen

Manoranjan Sial
  • Published: Monday, 07 December 2020
  • , Updated: 07 December 2020, 03:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ ବଢ଼ିଲା। ପ୍ରଦୀପଙ୍କ ମାମଲାର ତଦନ୍ତ  କରିବେ ଲୋକାୟୁକ୍ତ। ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ଭାବେ ମାମଲାର ତଦନ୍ତ ପାଇଁ ସୁପାରିସ କଲେ ରାଜ୍ୟ ସରକାର।

ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ। ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଆବାସରୁ ଉଠାଇ ନେଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଏବେ ପ୍ରଦୀପ ପାଣିଗ୍ରାହୀ ଜେଲ୍‌ରେ ଅଛନ୍ତି।

ଅନ୍ୟପକ୍ଷରେ ଦୁର୍ନୀତିର ପେଡ଼ି ଖୋଲିବା ପାଇଁ କ୍ରାଇମବ୍ରାଞ୍ଚ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ(ଇଡି)କୁ ଚିଠି ଲେଖିଥିଲା। ମାମଲାକୁ ଦେଇ ଇଡି ଘଟଣାର ତଦନ୍ତ ପାଇଁ ସବୁ କାଗଜପତ୍ର ମଗାଇଥିଲା। ଏବେ ଇଡି ପ୍ରଦୀପଙ୍କ ଦୁର୍ନୀତି ପେଡ଼ି ଖୋଲୁଛି। ସେପଟେ ଆକାଶ ପାଠକ ଟାଟାର କର୍ମଚାରୀକୁ ନେଇ ଜାରି ରହିଥିବା ସସ୍‌ପେନ୍ସ ଉପରୁ ପର୍ଦ୍ଦା ହଟିଛି। ଟାଟା ମୋର୍ଟ ସ୍ପଷ୍ଟୀକରଣ ଦେଇ କହିଛି, ଆକାଶ ଟାଟାରେ ଚାକିରି କରି ନାହାନ୍ତି।

Related story