ଛଟ୍ ପୂଜା ଓ ନଦୀରେ ବୁଡ଼ ପକାଇବା ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟରେ ଛଟ୍ ପୂଜା ଓ ନଦୀରେ ବୁଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ , ଚଳିତ ନଭେମ୍ବର ୨୦ ଓ ୨୧ତାରିଖରେ ଛଟ୍ ପୂଜା ସମାରୋହ ପାଳନ ଓ ନଦୀରେ ସମୂହ ବୁଡ଼ ପକାଇବା ଉପରେ କଟକଣା ଜାରି ହୋଇଛି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର […]

chat-puja

Manoranjan Sial
  • Published: Monday, 16 November 2020
  • , Updated: 16 November 2020, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟରେ ଛଟ୍ ପୂଜା ଓ ନଦୀରେ ବୁଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ , ଚଳିତ ନଭେମ୍ବର ୨୦ ଓ ୨୧ତାରିଖରେ ଛଟ୍ ପୂଜା ସମାରୋହ ପାଳନ ଓ ନଦୀରେ ସମୂହ ବୁଡ଼ ପକାଇବା ଉପରେ କଟକଣା ଜାରି ହୋଇଛି। ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଛଟପୂଜା ପାଳନ ଓ ସମୂହ ବୁଡ଼ ପକାଇବା ଉପରେ କଟକଣା ଜାରି କରିଥିବା କହିଛନ୍ତି। ସମୂହ ଏକଜୁଟ ନହୋଇ ନିଜ ଘରେ ରହି ପୂଜାର୍ଚ୍ଚନା କରିବା ନିମନ୍ତେ ସାଧାରଣ ଲୋକଙ୍କୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିବାବେଳେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ଓ ହାତ ସାନିଟାଇଜର କରିବାକୁ କୁହାଯାଇଛି।

ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Related story