୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ପୁଲିସ ପାଟ୍ରୋଲିଂ ବେଳେ ଏକ ଟ୍ରକ୍‌ରୁ ୫୪୯ କେଜି ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ବିହାର ପାଟନାର ଲାଲୁ କୁମାର। ଗତକାଲି ରାତିରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ଚାନ୍ଦିପୁଟ-ଲୁହାଗୁଡି ରାସ୍ତାରେ ପାଟ୍ରୋଲିଂ କରୁଥିଲା। ତେବେ କମଳାପୁର ଛକରେ ଏକ ଟ୍ରକକୁ ପୁଲିସ ଯାଞ୍ଚ ପାଇଁ ଅଟକାଇଥିଲା। ଯାଞ୍ଚ ବେଳେ […]

mohana

Manoranjan Sial
  • Published: Friday, 29 January 2021
  • , Updated: 29 January 2021, 09:47 PM IST

ମୋହନା (ମିହିର ଜତି): ଗଜପତି ଜିଲ୍ଲା ମୋହନା ପୁଲିସ ପାଟ୍ରୋଲିଂ ବେଳେ ଏକ ଟ୍ରକ୍‌ରୁ ୫୪୯ କେଜି ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ବିହାର ପାଟନାର ଲାଲୁ କୁମାର।

ଗତକାଲି ରାତିରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ଚାନ୍ଦିପୁଟ-ଲୁହାଗୁଡି ରାସ୍ତାରେ ପାଟ୍ରୋଲିଂ କରୁଥିଲା। ତେବେ କମଳାପୁର ଛକରେ ଏକ ଟ୍ରକକୁ ପୁଲିସ ଯାଞ୍ଚ ପାଇଁ ଅଟକାଇଥିଲା। ଯାଞ୍ଚ ବେଳେ ଟ୍ରକ୍‌ର ସିକ୍ରେଟ୍‌ ଚାମ୍ୱରରୁ ୧୮ ବସ୍ତା ଗଞ୍ଜେଇ ଜବତ କରିଥିଲା ପୁଲିସ। ଯାହାର  ଆନୁମାନିକ ମୁଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ। ଏହି ମାମଲାରେ ଲାଲୁ କୁମାରଙ୍କୁ ପୁଲିସ ଗିରଫ କରିଛି।

Related story