ସାଗରମାଳା ପ୍ରକଳ୍ପ : ଓଡ଼ିଶାରେ ୪୬ରୁ ୧୪ ପ୍ରକଳ୍ପ କାର୍ଯ୍ୟ ଶେଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଗରମାଳା ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାରେ ମୋଟ ୫୭ ହଜାର ୩୭୯କୋଟି ଟଙ୍କାର ୪୬ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିରୁ ୫୬୦୦କୋଟି ଟଙ୍କାର ୧୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକବେଳେ ଏହା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ […]

sagaramalal

Manoranjan Sial
  • Published: Saturday, 21 November 2020
  • , Updated: 21 November 2020, 07:13 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଗରମାଳା ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାରେ ମୋଟ ୫୭ ହଜାର ୩୭୯କୋଟି ଟଙ୍କାର ୪୬ଟି ପ୍ରକଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେଥିରୁ ୫୬୦୦କୋଟି ଟଙ୍କାର ୧୪ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇସାରିଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକବେଳେ ଏହା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସେ ସମୀକ୍ଷା କରିଛନ୍ତିା

ସମସ୍ତ ସାଗରମାଳା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫୬୦୦ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି। ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି ଏବଂ ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି। ରାଜ୍ୟରେ ବନ୍ଦରର ନବୀକରଣ, ବନ୍ଦର ସହ ସଂଯୋଗ ସ୍ଥାପନା, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ଉପକୂଳ ସମୂହର ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ଉପକୂଳବର୍ତୀ ଅଂଚଳକୁ ଆର୍ôଥକ ବିକାଶ ଏବଂ ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ପେଣ୍ଠସ୍ଥଳୀ ଭାବରେ ପରିଣତ କରିବ।

ସେହିପରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ମତ୍ସ୍ୟ ବିଭାଗକୁ କେନ୍ଦ୍ର ସରକାର ୫ କୋଟି ଟଙ୍କା ଦେଇଛନ୍ତି। ଏହି ନୂଆ ମାଛଧରା ବନ୍ଦର ଚାନ୍ଦିପୁରର ମତ୍ସ୍ୟଜୀବୀ ତଥା ସ୍ଥାନୀୟ ଅଂଚଳବାସୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ନୀଳ ବିପ୍ଳବ ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Related story