ମୟୂରଭଞ୍ଜ: ଅଜଣା ରୋଗରେ ୨ ଶିଶୁ ମୃତ, ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ମହିଷିଡୁଭା ଗାଁରେ ଅଜଣା ରୋଗ ବ୍ୟାପି ୨ଜଣ ଶିଶୁଙ୍କ ମୃତ୍ରଉ ଘଟିଥିବା ବେଳେ ୫୦ରୁ ଊଦ୍ଧ୍‌ଆ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରୀ ଚିକିତ୍ସାକୁ ବିଶ୍ୱାସ ନ କରି ଗ୍ରାମବାସୀ ଗାଁରେ ମା’ଙ୍କ ପୂଜା କରୁଛନ୍ତି । ଗାଁଟି ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇ ଥିବାରୁ ଏକ ଡାକ୍ତରୀ ଟିମ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ଏଥିରେ ୫୦ରୁ […]

maurbhanja

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 03:47 AM IST

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ମହିଷିଡୁଭା ଗାଁରେ ଅଜଣା ରୋଗ ବ୍ୟାପି ୨ଜଣ ଶିଶୁଙ୍କ ମୃତ୍ରଉ ଘଟିଥିବା ବେଳେ ୫୦ରୁ ଊଦ୍ଧ୍‌ଆ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରୀ ଚିକିତ୍ସାକୁ ବିଶ୍ୱାସ ନ କରି ଗ୍ରାମବାସୀ ଗାଁରେ ମା’ଙ୍କ ପୂଜା କରୁଛନ୍ତି । ଗାଁଟି ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇ ଥିବାରୁ ଏକ ଡାକ୍ତରୀ ଟିମ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ଏଥିରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଲେରିଆରେ ଆକ୍ରାନ୍ତ ଥିବାବେଳେ ୧୪ ଜଣଙ୍କ ପଜିଟିଭ ରିପୋର୍ଟ ବାହାରିଛି । ପ୍ରଶାସନ ପକ୍ଷରୁ ଏହି ଆକ୍ରାନ୍ତମାନଙ୍କୁ ଡାକ୍ତରଖାନା ନେବାକୁ ଚେଷ୍ଟା କରାଯାଇତିଲେ ମଧ୍ୟ ଗ୍ରାମବାସୀ ଯିବାକୁ ମନା କରୁଛନ୍ତି । ଅନ୍ୟପକ୍ଷେ ଗାଁରେ ପରିସ୍ଥିତି ଆୟତ୍ତରେ ଥିବା କପ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

Related story