ମେ’ ୧ରୁ କଳାହାଣ୍ଡିକୁ ଉଡ଼ିବ ଏୟାର ଓଡ଼ିଶା ବିମାନ

ଭବାନୀପାଟଣା: କଳାହାଣ୍ଡିକୁ ଉଡ଼ିବ ଏୟାର ଓଡ଼ିଶା ବିମାନ। ଆସନ୍ତା ମେ’ ୧ ତାରିଖରୁ ଏୟାର ଓଡ଼ିଶା ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବ। ଏ ନେଇ ଶନିବାର ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା। ଏୟାର ଓଡ଼ିଶାର ବିମାନ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପରେ ପହଞ୍ଚିଥିଲା। ଜିଲ୍ଲାକୁ ନୂଆକରି ବିମାନସେବା ଆରମ୍ଭ ହେଉଥିବାରୁ ଏହାକୁ ନେଇ କଳାହାଣ୍ଡିବାସୀଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି। ଗତକାଲି ପରୀକ୍ଷାମୂଳକ ବିମାନ ଉଡ଼ାଣ ଦେଖିବା ଲାଗି ଉତ୍କେଲା […]

kalahandi

Rakesh Mallick
  • Published: Sunday, 24 April 2016
  • , Updated: 24 April 2016, 04:46 AM IST

ଭବାନୀପାଟଣା: କଳାହାଣ୍ଡିକୁ ଉଡ଼ିବ ଏୟାର ଓଡ଼ିଶା ବିମାନ। ଆସନ୍ତା ମେ’ ୧ ତାରିଖରୁ ଏୟାର ଓଡ଼ିଶା ପକ୍ଷରୁ ଏହି ବିମାନ ସେବା ଆରମ୍ଭ କରାଯିବ। ଏ ନେଇ ଶନିବାର ବିମାନର ପରୀକ୍ଷାମୂଳକ ଉଡ଼ାଣ କରାଯାଇଥିଲା। ଏୟାର ଓଡ଼ିଶାର ବିମାନ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପରେ ପହଞ୍ଚିଥିଲା। ଜିଲ୍ଲାକୁ ନୂଆକରି ବିମାନସେବା ଆରମ୍ଭ ହେଉଥିବାରୁ ଏହାକୁ ନେଇ କଳାହାଣ୍ଡିବାସୀଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି।

ଗତକାଲି ପରୀକ୍ଷାମୂଳକ ବିମାନ ଉଡ଼ାଣ ଦେଖିବା ଲାଗି ଉତ୍କେଲା ଏୟାରଷ୍ଟ୍ରିପରେ ଲୋକଙ୍କ ଭିଡ଼ ଜମିଥିଲା। ୯ଟି ଆସନ ବିଶିଷ୍ଟ ଏହି ବିମାନର ପରୀକ୍ଷାମୂଳକ ଉଡ଼ାଣ ବେଳେ ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଓ ଏୟାର ଓଡ଼ିଶାର ପ୍ରତିଷ୍ଠାତା ସନ୍ତୋଷ ପାଣି ପ୍ରମୁଖ ଯାତ୍ରା କରିଥିଲେ।

Related story