ନକ୍ସଲମାନେ କରୋନାରେ ସଂକ୍ରମିତ କି?

ଫୁଲବାଣୀ (ତ୍ରିନାଥ ସାହୁ): ନକ୍ସଲ କ୍ୟାମ୍ପରୁ ମିଳିଛି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ମେଡିସିନ୍‌ ପାରାସିଟାମଲ ଓ ଆଜିଥ୍ରୋମାଇସିନ୍‌। ଏଥିରୁ ଅନୁମାନ କରାଯାଉଛି କ୍ୟାମ୍ପରେ ରହୁଥିବା କେତେକ ନକ୍ସଲ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ତେଣୁ ସେମାନେ ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୁଅନ୍ତୁ। ଆଜି ଏମିତି ଅପିଲ୍‌ କରିଛନ୍ତି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ। କୁମ୍ଭହାରୁ ଜଙ୍ଗଲରେ ନକ୍ସଲଙ୍କ ଚଳପ୍ରଚଳ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ କନ୍ଧମାଳ ଜିଲ୍ଲା ପୁଲିସର […]

Phulbani

Manoranjan Sial
  • Published: Tuesday, 22 June 2021
  • , Updated: 22 June 2021, 09:57 PM IST

ଫୁଲବାଣୀ (ତ୍ରିନାଥ ସାହୁ): ନକ୍ସଲ କ୍ୟାମ୍ପରୁ ମିଳିଛି କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ମେଡିସିନ୍‌ ପାରାସିଟାମଲ ଓ ଆଜିଥ୍ରୋମାଇସିନ୍‌। ଏଥିରୁ ଅନୁମାନ କରାଯାଉଛି କ୍ୟାମ୍ପରେ ରହୁଥିବା କେତେକ ନକ୍ସଲ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି। ତେଣୁ ସେମାନେ ହିଂସାର ମାର୍ଗ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ ହୁଅନ୍ତୁ। ଆଜି ଏମିତି ଅପିଲ୍‌ କରିଛନ୍ତି କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରୱାଲ।

କୁମ୍ଭହାରୁ ଜଙ୍ଗଲରେ ନକ୍ସଲଙ୍କ ଚଳପ୍ରଚଳ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ କନ୍ଧମାଳ ଜିଲ୍ଲା ପୁଲିସର ଏସ୍‌ଓଜି ଓ ଡିଭିଏଫ୍‌ ଟିମ୍‌ ମିଳିତ ଭାବେ ଉକ୍ତ ଜଙ୍ଗଲରେ କମ୍ବିଂ ଅପେରସନ୍‌ କରିବାକୁ ଯାଉଥିଲେ। ସୁରକ୍ଷା କର୍ମୀଙ୍କୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇ ଥିଲେ। ଯବାନମାନେ ଏହାର ପ୍ରତି ଜବାବ ଦେଇଥିଲେ। ପ୍ରାୟ ୨୫ ମିନିଟ୍‌ରୁ ଅଧିକ ସମୟ ଧରି ଚାଲିଥିଲା ଗୁଳି ଚାଳନା। ଶେଷରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇଯାଇ ଥିଲେ। ନକ୍ସଲଙ୍କ ଗ୍ରୁପ୍‌ରେ ୨୦ରୁ ୨୫ ଜଣ ଥିବା ଜଣାପଡ଼ିଛି।

ନକ୍ସଲମାନେ ଛତ୍ରଭଙ୍ଗ ଦେବା ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ଏହି ସମୟରେ ଘଞ୍ଚ ଜଙ୍ଗଲ ଭିତରେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା। ସୁରକ୍ଷା କର୍ମୀମାନେ କ୍ୟାମ୍ପରୁ ଗୋଟିଏ 303 ବନ୍ଧୁକ, ଗୋଟିଏ ଦେଶୀ ବନ୍ଧୁକ, ବହୁ ଗୁଳି, ୭ଟି ଡିଟୋନେଟର, ସିଲେଇ ମେସିନ୍‌, ଡ୍ରେସ୍‌, ନକ୍ସଲ ପୁସ୍ତିକା, ବିପୁଳ ମେଡ଼ିସିନ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।

ଛତ୍ରଭଙ୍ଗ ଦେଇଥିବା ନକ୍ସଲମାନେ KKBN Divisionର ହୋଇଥିବା ସନ୍ଦେହ କରାଯାଉଛି। ଗୁଳି ବିନିମୟରେ ଯବାନମାନେ ସୁରକ୍ଷିତ ଥିବା ବେଳେ ନକ୍ସଲମାନେ ଆହତ ହୋଇଥିବା ସନ୍ଦେହ କରାଯାଉଛି। କନ୍ଧମାନ ଏସ୍‌ପି ଭିନୀତ ଅଗ୍ରୱାଲଙ୍କ କହିବା ଅନୁସାରେ କ୍ୟାମ୍ପରୁ ମିଳିଥିବା ମେଡ଼ିସିନ ମଧ୍ୟରେ ବହୁ ପାରାସିଟାମଲ, ଆଜିଥ୍ରୋମାଇସିନ୍‌ ଓ ଅନ୍ୟାନ୍ୟ ମେଡ଼ିସିନ ରହିଛି। ତେଣୁ କେତେକ ନକ୍ସଲ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସେମାନେ ହିଂସାର ରାସ୍ତା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ଏସ୍‌ପି ଅପିଲ କରିଛନ୍ତି।

Related story