ମୟୂରଭଞ୍ଜ ଏମ୍‌ପି ବିଶେଶ୍ୱର ଟୁଡୁ ଅସୁସ୍ଥ

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଅସୁସ୍ଥ ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ କଟକ SCB ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ସାଂସଦଙ୍କ ଛାତି ଯନ୍ତ୍ରଣା କରିଥିଲେ। ପରିବାର ଲୋକେ ତାଙ୍କୁ ବାରିପଦା ପିଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ସେଥିରେ ନେଗେଟିଭ୍‌ ଆସିଛି। ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ […]

Bishweswar Tudu

Manoranjan Sial
  • Published: Wednesday, 21 April 2021
  • , Updated: 21 April 2021, 03:49 PM IST

ବାରିପଦା (ମାଣିକଲାଲ୍‌ ପାଣି): ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ଅସୁସ୍ଥ ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ କଟକ SCB ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତି ସାଂସଦଙ୍କ ଛାତି ଯନ୍ତ୍ରଣା କରିଥିଲେ। ପରିବାର ଲୋକେ ତାଙ୍କୁ ବାରିପଦା ପିଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଥିଲା। ସେଥିରେ ନେଗେଟିଭ୍‌ ଆସିଛି। ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଘଟିବାରୁ ଏସ୍‌ସିବି ସ୍ଥାନାନ୍ତରିତ କରାଯାଇଛି।

ସୂଚନାରୁ ପ୍ରକାଶ, ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ ପଶ୍ଚିମବଙ୍ଗରେ ଚାଲିଥିବା ନିର୍ବାଚନରେ ନିୟୋଜିତ ହୋଇଥିଲେ। ସେ ନିୟମିତ ପଶ୍ଚିମବଙ୍ଗରେ କ୍ୟାମ୍ପନିଂ କରୁଥିଲେ। ଦୁଇ ଦିନ ତଳେ ସେ ପଶ୍ଚିମବଙ୍ଗରୁ ଘରକୁ ଫେରିଥିଲେ।

Related story