Advertisment

ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ: ଏସଆରସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ବାତ୍ୟା ଏବେ ଉପକୂଳ ଅତିକ୍ରମ କରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ୧୩୦ରୁ ୧୪୦ କିଲୋ ମିଟର ବେଗରେ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ତେବେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ […]

ଅଦ୍ୟତନ ହୋଇଛି
ଦିନ ୧ଟା ସୁଦ୍ଧା ବାତ୍ୟା ୟାସ୍‌ର ଲ୍ୟାଣ୍ଡଫଲ୍‌ ସରିଯିବ: ଏସ୍‌ଆର୍‌ସି

SRC

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୧୨ ଘଣ୍ଟା ମୟୂରଭଞ୍ଜ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ବାତ୍ୟା ଏବେ ଉପକୂଳ ଅତିକ୍ରମ କରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ୧୩୦ରୁ ୧୪୦ କିଲୋ ମିଟର ବେଗରେ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି।

Advertisment

ତେବେ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଏଥିପାଇଁ ଆଗାମୀ ୧୨ ଘଣ୍ଟା ଏହି ଜିଲ୍ଲା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି। ବାତ୍ୟା ୟାସ୍ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।

ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ଜିଲ୍ଲାପାଳ ରିପୋର୍ଟ କରିଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟୁଇଟ୍ କରିଛନ୍ତି। ଏଥିଯୋଗୁଁ ବୁଢାବଳଙ୍ଗ ନଦୀରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡର ଆଶଙ୍କା ଦେଖାଦେଇଛି। ଫଳରେ ବୁଢାବଳଙ୍ଗ ନଦୀ କୂଳରେ ଥିବା ଜନବସତିର ତଳୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଲାଗି ମୟୂରଭଞ୍ଜ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ଦେଇଛନ୍ତି ଏସଆରସି।

Advertisment

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି।

Cyclone Disaster Management Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe