ନିଆଁ ଆଁରେ ଶିମିଳିପାଳ, ପ୍ରତିବାଦରେ ଆଜି ମୟୂରଭଞ୍ଜ ବନ୍ଦ

ବାରିପଦା(ମାଣିକଲାଲ ପାଣି): ନିଆଁର ଆଁରେ ଗିଳି ହୋଇଯାଉଛି ସୁନ୍ଦରୀ ଶିମିଳିପାଳ।  ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କଲବଲ କରୁଛି ସର୍ବଗିଳା ନିଆଁ । ପ୍ରାୟ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଶିମିଳିପାଳ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାକୁ    ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି ଭଞ୍ଜ ସେନା ।  ଏହା ପ୍ରତିବାଦରେ  ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଭଞ୍ଜସେନା । ଆଜି ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ […]

Strike

Niharika Rout
  • Published: Wednesday, 10 March 2021
  • , Updated: 10 March 2021, 10:04 AM IST

ବାରିପଦା(ମାଣିକଲାଲ ପାଣି): ନିଆଁର ଆଁରେ ଗିଳି ହୋଇଯାଉଛି ସୁନ୍ଦରୀ ଶିମିଳିପାଳ।  ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କଲବଲ କରୁଛି ସର୍ବଗିଳା ନିଆଁ । ପ୍ରାୟ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଶିମିଳିପାଳ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାକୁ    ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି ଭଞ୍ଜ ସେନା ।  ଏହା ପ୍ରତିବାଦରେ  ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଭଞ୍ଜସେନା ।

ଆଜି ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ପଡିଛି । ଭଞ୍ଜସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ  ଆହ୍ୱାନ ଦେଇଛନ୍ତି ଭଞ୍ଜସେନା କର୍ମୀ। ଏହି ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। ଜୈବ ମଣ୍ଡଳର ସୁରକ୍ଷା ପାଇଁ କେହି ଚିନ୍ତା କରୁନଥିବା ଅଭିଯୋଗ କରିଛନ୍ତି ଉଭୟ ଭଞ୍ଜସେନା ଓ କଂଗ୍ରେସ।

[caption id="attachment_625780" align="alignnone" width="650"] ଭଞ୍ଜସେନା କର୍ମୀ ଯାନବାହନକୁ ରାସ୍ତାରେ ଅଟକାଇଛନ୍ତି।[/caption]

ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି,ନିଆଁ ଲିଭାଇବା ପାଇଁ ସରକାରଙ୍କ ପ୍ରୟାସ ଯଥେଷ୍ଟ ନୁହେଁ। ମୟୂରଭଞ୍ଜର ଏକ ଅଣରାଜନୈତିକ ସଙ୍ଗଠନ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି। କଂଗ୍ରେସ ଏହାକୁ ସମର୍ଥନ କରିବ।

Related story