ପଢ଼ା ଖର୍ଚ୍ଚ ପାଇଁ ଧାନ କାଟୁଥିଲେ ଡାକ୍ତରୀ ଛାତ୍ର, ପ୍ରଶାସନ ଦେଲା ୬୨ ହଜାର ସହାୟତା

ବାଲିଗୁଡ଼ା(ଅଜିତ୍ ନାୟକ): ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ। ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଇଫୁ ମଲ୍ଲିକଙ୍କୁ ଦେଇଛି ସହାୟତା। ଡାକ୍ତରୀ ପାଠ ପଢ଼ିବା ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଏହାର ଯୁଗାଡ଼ ନିମନ୍ତେ ଇଫୁ ତାଙ୍କ ଗାଁରେ ବିଭିନ୍ନ ଲୋକଙ୍କ ବିଲରେ ଧାନ କାଟୁଛନ୍ତି। ଏନେଇ ଖବର ପ୍ରକାଶ ପରେ ଆଜି ଏସ୍‌ଟି/ଏସ୍‌ସି ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୬୨, ୯୫୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ହଷ୍ଟେଲ ଖର୍ଚ୍ଚ ସହ […]

Ephu

  • Published: Wednesday, 07 December 2022
  • , Updated: 07 December 2022, 07:12 PM IST

ବାଲିଗୁଡ଼ା(ଅଜିତ୍ ନାୟକ): ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ। ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଇଫୁ ମଲ୍ଲିକଙ୍କୁ ଦେଇଛି ସହାୟତା। ଡାକ୍ତରୀ ପାଠ ପଢ଼ିବା ପାଇଁ ଆବଶ୍ୟକ ଅର୍ଥ ନ ଥିବାରୁ ଏହାର ଯୁଗାଡ଼ ନିମନ୍ତେ ଇଫୁ ତାଙ୍କ ଗାଁରେ ବିଭିନ୍ନ ଲୋକଙ୍କ ବିଲରେ ଧାନ କାଟୁଛନ୍ତି। ଏନେଇ ଖବର ପ୍ରକାଶ ପରେ ଆଜି ଏସ୍‌ଟି/ଏସ୍‌ସି ଉନ୍ନୟନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୬୨, ୯୫୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ହଷ୍ଟେଲ ଖର୍ଚ୍ଚ ସହ ପାଠ୍ୟ ଉପକରଣ ପାଇଁ ସହାୟତା ପ୍ରଦାନ କରାଯାଇଛି। ଇଫୁଙ୍କ ଘରେ ପହଞ୍ଚି ଟଙ୍କା ପ୍ରଦାନ ଦେଇ ସ୍ଥାନୀୟ ତହସିଲଦାର ସୂଚନା ଦେଇଥିଲେ। ଯାହା ପରେ ଇଫୁ ଖୁସି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଂଚାୟତର ବାଗ୍ରାମିଲା ଗ୍ରାମରେ ଇଫୁଙ୍କ ଘର। ନିଟ୍ ପାଇବା ପରେ ଇଫୁ ଏବେ କୋରାପୁଟ ମେଡିକାଲ କଲେଜରେ ନାଁ ଲେଖାଇଛନ୍ତି। ସେ ଏବେ ପ୍ରଥମ ବର୍ଷ ଏମ୍‌ବିବିଏସ୍ ଛାତ୍ର। ଇଫୁଙ୍କ ଘରେ ତାଙ୍କ ବୃଦ୍ଧ ବାପା, ମା’ଙ୍କ ବ୍ୟତୀତ ବଡ ଭାଇ ଓ ଛୋଟ ଭଉଣୀ ମଧ୍ୟ ରୁହନ୍ତି। କେହି ମଧ୍ୟ ରୋଜଗାରିଆ ନୁହଁନ୍ତି। ଏଭଳି ପରିସ୍ଥିତିରେ ଇଫୁ ହାରି ଯାଇନାହାନ୍ତି। ଅହରହ ନିଜର ସଂଗ୍ରାମ ଜାରି ରଖିଛନ୍ତି। ବଡ କଷ୍ଟରେ ଟଙ୍କା ଯୋଗାଡ଼ କରି ମେଡିକାଲ କଲେଜରେ ଆଡମିସନ ଫି’ ଦେଇଛନ୍ତି।

ସେ ଜଣେ ମେଧାବୀ ଛାତ୍ର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମାଟ୍ରିକ ହେଉ ଅବା ଯୁକ୍ତ ଦୁଇ, ଉଭୟ ପରୀକ୍ଷାରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଚଳିତ ବର୍ଷ ନିଟ‌୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ସମସ୍ତ ଅଞ୍ଚଳବାସୀଙ୍କ ପାଇଁ ଉଦାହରଣ ହୋଇ ଉଭା ହୋଇଛନ୍ତି। ଡାକ୍ତରୀ ପାଠ ପଢ଼ି ଗରିବ ଓ ଆଦିବାସୀଙ୍କୁ ଡାକ୍ତରୀ ସେବା ଯୋଗାଇ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

Related story