୧୦୦ ମେଡିକାଲ ସିଟ ବୃଦ୍ଧି ପାଇଁ ଅନୁମତି ଦେଲେ MCI

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦୦ଟି ମେଡିକାଲ ସିଟ୍‌ ବୃଦ୍ଧି ପାଇଁ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (MCI) ଅନୁମତି ଦେଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ କୋଟାରେ ନାମଲେଖା ପାଇଁ ଏହି ସିଟ୍ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି। ଏହି ନୂଆ ବ୍ୟବସ୍ଥା ଅନୁସାରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟର ସହିଦ ଲକ୍ଷ୍ମଣ […]

baripada-medical-college

Tapaswini Nayak
  • Published: Friday, 21 June 2019
  • , Updated: 21 June 2019, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୧୦୦ଟି ମେଡିକାଲ ସିଟ୍‌ ବୃଦ୍ଧି ପାଇଁ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (MCI) ଅନୁମତି ଦେଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ କୋଟାରେ ନାମଲେଖା ପାଇଁ ଏହି ସିଟ୍ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି।

ଏହି ନୂଆ ବ୍ୟବସ୍ଥା ଅନୁସାରେ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ କୋରାପୁଟର ସହିଦ ଲକ୍ଷ୍ମଣ ନାଏକ ମେଡିକାଲ୍ କଲେଜରେ ୨୫ଟି ଲେଖାଏ ସିଟ ବୃଦ୍ଧିପାଇଛି। ଫଳସ୍ୱରୂପ ୨୦୧୯-୨୦ ଶିକ୍ଷାବର୍ଷରେ ବାରିପଦା ଓ କୋରାପୁଟରେ ୧୨୫ ଲେଖାଏ ସିଟ୍‌ରେ ନାମଲେଖା ହେବ।

ସେହିପରି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ସାଇନ୍ସ ଓ ରିସର୍ଚ୍ଚରେ ମଧ୍ୟ ୫୦ ସିଟ୍ ବଢ଼ିଛି। ଏଠାରେ ୧୫୦ ବଦଳରେ ୨୦୦ଟି ସିଟ୍‌ରେ ନାମଲେଖା ହେବ।

Related story