ଭୁବନେଶ୍ୱର: ରାଜ୍ୟର ଦୁଇଟି ନୂଆ ମେଡିକାଲ କଲେଜକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ବା MCIର ଅନୁମତି ମିଳିଛି। ୨୦୧୮-୧୯ ଶିକ୍ଷାବର୍ଷରୁ ବାଲେଶ୍ୱର ଓ ବଲାଙ୍ଗିର ମେଡିକାଲ କଲେଜକୁ ନାମଲେଖା ପାଇଁ ଅନୁମତି ଦେଇଛି ଏମସିଆଇ । ସଂସ୍ଥା ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ଓ କୋରାପୁଟ ମେଡିକାଲ କଲେଜ ପାଇଁ ବି ଅନୁମତି ରହିଛି। ୨ୟ ବର୍ଷରେ ଏଠାରେ ଶହେ ସିଟ୍ରେ ପାଠପଢ଼ା ପାଇଁ ଉଭୟ ମେଡିକାଲ କଲେଜକୁ ଅନୁମତି ମିଳିଛି ।