ଫେବୃଆରୀରେ ଏସ୍‌ସିବି ମେଡିକାଲ୍ ପରିଦର୍ଶନରେ ଆସିବ ଏମ୍‌ସିଆଇ

କଟକ: ଭିତ୍ତିଭୂମି ତଦାରଖ କରିବାକୁ ଆସନ୍ତା ଫେବୃଆରୀ ମାସରେ ଏସ୍‌ସିବି ମେଡିକାଲ୍ କଲେଜ ପରିଦର୍ଶନରେ ଆସିବେ ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ) କର୍ତ୍ତୃପକ୍ଷ। ଏସ୍‌ସିବି ମେଡିକାଲ୍ ଡିନ୍ ତଥା ଅଧ୍ୟକ୍ଷ ସିଦ୍ଧାର୍ଥ ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ନୂଆ କୋଠା ନିର୍ମାଣ କରିବା ପାଇଁ ଏମ୍‌ସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ମୁତାବକ ନୂଆ କୋଠା ନିର୍ମାଣ କାମ ଶେଷ ହୋଇଯାଇଛି। ଭିତ୍ତିଭୂମି ନିର୍ମାଣରେ ନିର୍ଦ୍ଧାରିତ ମାନଦଣ୍ଡକୁ ପାଳନ କରାଯାଇଛି।” ଏହା ସହିତ ଏମ୍‌ସିଆଇ […]

scb

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 10:22 AM IST

କଟକ: ଭିତ୍ତିଭୂମି ତଦାରଖ କରିବାକୁ ଆସନ୍ତା ଫେବୃଆରୀ ମାସରେ ଏସ୍‌ସିବି ମେଡିକାଲ୍ କଲେଜ ପରିଦର୍ଶନରେ ଆସିବେ ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ) କର୍ତ୍ତୃପକ୍ଷ। ଏସ୍‌ସିବି ମେଡିକାଲ୍ ଡିନ୍ ତଥା ଅଧ୍ୟକ୍ଷ ସିଦ୍ଧାର୍ଥ ଦାଶ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ନୂଆ କୋଠା ନିର୍ମାଣ କରିବା ପାଇଁ ଏମ୍‌ସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ନିର୍ଦ୍ଦେଶ ମୁତାବକ ନୂଆ କୋଠା ନିର୍ମାଣ କାମ ଶେଷ ହୋଇଯାଇଛି। ଭିତ୍ତିଭୂମି ନିର୍ମାଣରେ ନିର୍ଦ୍ଧାରିତ ମାନଦଣ୍ଡକୁ ପାଳନ କରାଯାଇଛି।”

ଏହା ସହିତ ଏମ୍‌ସିଆଇ ଏସ୍‌ସିବି ମେଡିକାଲ୍ କଲେଜର ୧୦୦ଟି ସିଟ୍ ବାତିଲ କରିବା ଘଟଣାକୁ ଖଣ୍ଡନ କରିଛନ୍ତି ସିଦ୍ଧାର୍ଥ ଦାଶ। ସେ କହିଛନ୍ତି ଯେ ମେଡିକାଲ କଲେଜର ଭିତ୍ତିଭୂମି ଓ ହଷ୍ଟେଲ ସିଟ୍ ସଂଖ୍ୟା କମ୍ ଥିବାରୁ ଏମ୍‌ସିଆଇ ପକ୍ଷରୁ ଏସ୍‌ସିବିକୁ ଚିଠି ଲେଖାଯାଇଥିଲା। ଏମ୍‌ସିଆଇର ଚିଠି ପାଇବା ପରେ ପ୍ରାୟ ସମସ୍ତ ସର୍ତ୍ତ ପୂରଣ କରାଯାଇଛି। ଭିତ୍ତିଭୂମି ସ୍ଥାପନ ପରେ ସିଟ୍ କମିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି।

Related story