ବିସ୍ଥାପିତ କଲୋନୀ ପାଇଁ ଜମି ଚିହ୍ନଟ ବେଳେ ଅପ୍ରୀତିକର ପରିସ୍ଥିତି, ୨୦ ଗିରଫ

ଲଖନପୁର: ପ୍ରଶାସନର ଜମି ଚିହ୍ନଟ ବେଳେ ଗାଁଲୋକଙ୍କ ବିରୋଧ।  ଫଳରେ ୨୦ ଜଣଙ୍କୁ  ଗିରଫ କରାଯାଇଛି। ଝାରସୁଗୁଡା ଜିଲ୍ଲା ଲଖନପୁର  ତହସିଲ ଅନ୍ତର୍ଗତ ଖଡାମ ଗାଁରେ ଏମସିଏଲର ବିସ୍ଥାପିତ କଲୋନୀ ପାଇଁ ଜମି ଚିହ୍ନଟ ବେଳେ ଆଜି ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି । ଲଗାତର ଦ୍ୱିତୀୟ ଦିନରେ ଗାଁଲୋକେ ପ୍ରଶାସନକୁ ବିରୋଧ କରିଥିଲେ।  କେବଳ  ଗ୍ରାମବାସୀ ନୁହେଁ, ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ପ୍ରବଳ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି  ଅଣାୟତ୍ତ ହେବାରୁ ପୋଲିସ ୨୦ […]

ph-55

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 06:28 PM IST

ଲଖନପୁର: ପ୍ରଶାସନର ଜମି ଚିହ୍ନଟ ବେଳେ ଗାଁଲୋକଙ୍କ ବିରୋଧ।  ଫଳରେ ୨୦ ଜଣଙ୍କୁ  ଗିରଫ କରାଯାଇଛି। ଝାରସୁଗୁଡା ଜିଲ୍ଲା ଲଖନପୁର  ତହସିଲ ଅନ୍ତର୍ଗତ ଖଡାମ ଗାଁରେ ଏମସିଏଲର ବିସ୍ଥାପିତ କଲୋନୀ ପାଇଁ ଜମି ଚିହ୍ନଟ ବେଳେ ଆଜି ଏଭଳି  ଦୃଶ୍ୟ ଦେଖିବାକୁ ମିଳିଛି । ଲଗାତର ଦ୍ୱିତୀୟ ଦିନରେ ଗାଁଲୋକେ ପ୍ରଶାସନକୁ ବିରୋଧ କରିଥିଲେ।  କେବଳ  ଗ୍ରାମବାସୀ ନୁହେଁ, ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ପ୍ରବଳ ବିରୋଧ କରିଥିବା ଦେଖିବାକୁ ମିଳିଥିଲା।

ପରିସ୍ଥିତି  ଅଣାୟତ୍ତ ହେବାରୁ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ବିନା ଆଲୋଚନାରେ ପ୍ରଶାସନ ଜୋର ଜବରଦସ୍ତ  କାମ କରୁଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ୧୯୯୫ ମସିହାରୁ ଏମସିଏଲକୁ ଜମି  ଯୋଗାଇ ଦେଇଥିବାରୁ ଖଡାମ ଗାଁରେ ବିସ୍ଥାପିତଙ୍କୁ ଥଇଥାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି ।

Related story