Advertisment

ଛେଳି ମୃତ୍ୟୁ ଯୋଗୁଁ ଏମ୍‌ସିଏଲ୍‌ର କ୍ଷତି ୨.୬୮ କୋଟି ଟଙ୍କା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଛେଳି ମୃତ୍ୟୁ ଯୋଗୁ ଉପୁଜିଥିବା ପରିସ୍ଥିତି ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲଫିଲ୍ଡ ଲିଃ(ଏମସିଏଲ)ର ୨.୬୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। କେବଳ ଏମସିଏଲକୁ ନୁହେଁ ସରକାରୀ ରଜକୋଷକୁ ବି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏହା ସତ। ଏମସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏମଏସିଏଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସୂଚନା ସୂଚନା ଅନୁସାରେ ତାଳଚେର କୋଇଲା ଖଣି ଅଞ୍ଚଳରେ […]

ଛେଳି ମୃତ୍ୟୁ ଯୋଗୁଁ ଏମ୍‌ସିଏଲ୍‌ର କ୍ଷତି ୨.୬୮ କୋଟି ଟଙ୍କା!

mcl

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ଛେଳି ମୃତ୍ୟୁ ଯୋଗୁ ଉପୁଜିଥିବା ପରିସ୍ଥିତି ଯୋଗୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହାନଦୀ କୋଲଫିଲ୍ଡ ଲିଃ(ଏମସିଏଲ)ର ୨.୬୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। କେବଳ ଏମସିଏଲକୁ ନୁହେଁ ସରକାରୀ ରଜକୋଷକୁ ବି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏହା ସତ। ଏମସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ଏମଏସିଏଲ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସୂଚନା ସୂଚନା ଅନୁସାରେ ତାଳଚେର କୋଇଲା ଖଣି ଅଞ୍ଚଳରେ କୋଇଲା ପରିବହନବେଳେ ଗତକାଲି ଏକ ଟିପର ଧକ୍କାରେ ଗୋଟିଏ ଛେଳିର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ବାସିନ୍ଦାମାନେ ଏଥିରେ ଉତକ୍ଷିପ୍ତ ହୋଇ ଛେଳିଟି ମୃତ୍ୟୁ ପାଇଁ ୬୦ ହଜାର ଟଙ୍କା କ୍ଷତିପୂରଣ ଦାବି କରିବା ସହ ଜଗନ୍ନାଥ ସାଇଡିଂ-୧ ଓ ୨ରେ ଚାଲିଥିବା କୋଇଲା ପରିବହନ କାର୍ଯ୍ୟକୁ ସୋମବାର ଦିନ ପ୍ରାୟ ୧୧ଟାରେ ବନ୍ଦ କରିଦେଇଥିଲେ। ସ୍ଥାନୀୟ ଲୋକଙ୍କ ଧାରଣା ଯୋଗୁ ସେଠାରେ କୋଇଲା ପରିବହନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଏମସିଏଲର ବରିଷ୍ଠ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ପରେ ପ୍ରାୟ ସାଢ଼େ ୨ଟାରେ ପୁଣିଥରେ ପରିବହନ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

ଏମସିଏଲର ସୂଚନା ଅନୁସାରେ ଏହି ସାଢ଼େ ୩ ଘଣ୍ଟା ଧରି ବେଆଇନ ଭାବେ ପରିବହନ କାର୍ଯ୍ୟକୁ ବନ୍ଦ ରହିବା ଯୋଗୁ କୋଇଲା ପରିବହନରେ ପ୍ରାୟ ୧.୪ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବାବେଳେ ଟ୍ରେନ ଯୋଗେ ପରିବହନର କ୍ଷତି ବାବଦରେ ୧.୨୮ କୋଟି ଟଙ୍କାର କ୍ଷତି ହୋଇଛି। ପରିବହନ ବନ୍ଦ ଯୋଗୁ ଏମସିଏଲକୁ ଏହି ମୋଟ ୨.୬୮ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଥିବାବେଳେ ସରକାରୀ ରାଜକୋଷର ମଧ୍ୟ ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି। କମ୍ପାନୀ ପକ୍ଷରୁ ସ୍ଥାନୀୟ ଥାନାରେ କୋଇଲା ପରିବହନକୁ ବେଆଇନ ଭାବେ ବନ୍ଦ କରିଥିବା ଲୋକମାନଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ ହୋଇଛି। କୋଇଲା ପରିବହନରେ ଏଭଳି ବେଆଇନ ପ୍ରତିବନ୍ଧକ ଯୋଗୁ ଦେଶର ଆର୍ଥିକ ଅଭିବୃଦ୍ଧି ମଧ୍ୟ କ୍ଷତିଗ୍ରସ୍ତ ହେଉଛି।

Advertisment

ଏମସିଏଲ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, କୋଇଲା ଖଣି ଅଞ୍ଚଳ ହେଉଛି ସମ୍ପୂର୍ଣ୍ଣ କଟକଣାଯୁକ୍ତ ଅଞ୍ଚଳ। କେବଳ ପ୍ରଶିକ୍ଷିତ ଓ ଅନୁମତିପ୍ରାପ୍ତ ଲୋକମାନଙ୍କୁ ହିଁ ସେଠାରେ ପ୍ରବେଶର ଅଧିକାର ରହିଛି। ଅନ୍ୟ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। କିନ୍ତୁ ଖଣିର ପାରିପାଶ୍ୱିର୍କ ଅଞ୍ଚଳରେ ରହୁଥିବା ବାସିନ୍ଦାମାନେ ଉଦ୍ଦେଶ୍ୟମୂଳକ ଭାବେ କୋଇଲା ଖଣି ଅଞ୍ଚଳରେ ପ୍ରବେଶ କରି କୋଇଲା ଚୋରି କରିବା, ନିଆଁ ଲଗାଇ ଦେବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କରୁଥିବା ଯୋଗୁ ଅନେକ ସମୟରେ ସମସ୍ୟା ଉପୁଜିଛି ବୋଲି ଏମଏସିଏଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe