ସ୍ୱତନ୍ତ୍ର ସିବିଆଇ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଦୁଇ ଚିଟ୍‌ଫଣ୍ଡ କମ୍ପାନୀର ୬ ଅଧିକାରୀଙ୍କୁ ଜେଲ୍‌

ଭୁବନେଶ୍ୱର: ଗୋଟିଏ ଦିନରେ ଦଣ୍ଡିତ ହେଲେ ଦୁଇ ଚିଟ୍‌ଫଣ୍ଡ କମ୍ପାନୀର ୬ ଜଣ ଅଧିକାରୀ। ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ରିୟଲ ଟୁଲିଫ୍‌ର ୫ ଜଣ ଓ ନବ ଦିଗନ୍ତର ଜଣେ ଅଧିକାରୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ ରିୟଲ ଟୁଲିଫ ଚିଟ୍‌ଫଣ୍ଡ ସଂସ୍ଥାର ଏମ୍‌ଡି ତୀର୍ଥ ହାଲଦାରଙ୍କୁ ୪ବର୍ଷ, କମ୍ପାନୀର ଅନ୍ୟ ୪ ନିର୍ଦ୍ଦେଶକ ମଳୟ ଗୁହା, ଦୀପଙ୍କର ଘୋଷ, ମଳୟ ହାଲଦାର ଓ ପ୍ରସଞ୍ଜିତ ସିଲ୍‌ଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି […]

Odisha-chit-fund-scam

Rakesh Mallick
  • Published: Friday, 12 May 2017
  • , Updated: 12 May 2017, 08:03 PM IST

ଭୁବନେଶ୍ୱର: ଗୋଟିଏ ଦିନରେ ଦଣ୍ଡିତ ହେଲେ ଦୁଇ ଚିଟ୍‌ଫଣ୍ଡ କମ୍ପାନୀର ୬ ଜଣ ଅଧିକାରୀ। ଆଜି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ ରିୟଲ ଟୁଲିଫ୍‌ର ୫ ଜଣ ଓ ନବ ଦିଗନ୍ତର ଜଣେ ଅଧିକାରୀଙ୍କୁ ଦଣ୍ଡାଦେଶ ଦେଇଛନ୍ତି।

କୋର୍ଟ ରିୟଲ ଟୁଲିଫ ଚିଟ୍‌ଫଣ୍ଡ ସଂସ୍ଥାର ଏମ୍‌ଡି ତୀର୍ଥ ହାଲଦାରଙ୍କୁ ୪ବର୍ଷ, କମ୍ପାନୀର ଅନ୍ୟ ୪ ନିର୍ଦ୍ଦେଶକ ମଳୟ ଗୁହା, ଦୀପଙ୍କର ଘୋଷ, ମଳୟ ହାଲଦାର ଓ ପ୍ରସଞ୍ଜିତ ସିଲ୍‌ଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ଏଥିସହ କ୍ଷତିପୂରଣ ବାବଦକୁ ୨୯ କୋଟି ଟଙ୍କା ପୈଠ କରିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଅଦାଲତ ନବଗଦିନ୍ତ ଚିଟଫଣ୍ଡା ସଂସ୍ଥାର ସିଏମ୍‌ଡି ଅଞ୍ଜନ ବଳିଆର ସିଂଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୫,୦୦୦ ଟଙ୍କା ଜରିମାନା କରିଛନ୍ତି। ଏଥିସହ ୧୦ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନବଦିଗନ୍ତ ମାଲିକଙ୍କୁ ଦଣ୍ଡାଦେଶ ହେବା ପରେ ଏହି କମ୍ପାନୀର ଅନ୍ୟ ସହ-ଅଭିଯୁକ୍ତ ସାଂସଦ ରାମଚନ୍ଦ୍ର ହାଂସଦା, ଦୁଇ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଓ ସୁବର୍ଣ୍ଣ ନାୟକଙ୍କ ପାଇଁ ଅଡୁଆ ବଢୁଛି।

Related story