ବ୍ରହ୍ମପୁର ବଡ଼ ଡାକ୍ତରଖାନାର ସମସ୍ୟାର ସମାଧାନ ଦାବିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଧାରଣା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସମେତ ପୂରା ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରହିଛି ଅନେକ ସମସ୍ୟା। ବିଭିନ୍ନ ବର୍ଗରୁ ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଦାବି ହେଉଥିବା ବେଳେ ଏଥିରେ ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ସାମିଲ କରିଛନ୍ତି। ଏହି ହସ୍‌ପିଟାଲ୍‌ର ପ୍ରମୁଖ ସମସ୍ୟା ଗୁଡ଼ିକର ସମାଧାନ କରିବା ଦାବିରେ ସେମାନେ ଆଜି ଧାରଣାରେ ବସିଛନ୍ତି। […]

berhampur

berhampur

Jitendra Garnayak
  • Published: Monday, 16 May 2022
  • Updated: 16 May 2022, 06:44 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସମେତ ପୂରା ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରହିଛି ଅନେକ ସମସ୍ୟା। ବିଭିନ୍ନ ବର୍ଗରୁ ଏହି ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ଦାବି ହେଉଥିବା ବେଳେ ଏଥିରେ ବ୍ରହ୍ମପୁର ସହରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ନିଜକୁ ସାମିଲ କରିଛନ୍ତି। ଏହି ହସ୍‌ପିଟାଲ୍‌ର ପ୍ରମୁଖ ସମସ୍ୟା ଗୁଡ଼ିକର ସମାଧାନ କରିବା ଦାବିରେ ସେମାନେ ଆଜି ଧାରଣାରେ ବସିଛନ୍ତି। ୫ ଦିନ ଯାଏଁ ସେମାନେ ଧାରଣାରେ ବସିବେ ବୋଲି କହିଛନ୍ତି।

ଧାରଣାରେ ବସିଥିବା ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟତଃ ୫ଟି ଦାବି ରଖିଛନ୍ତି। ଏହି ବଡ଼ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତରୀ ପଦଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ସେମାନେ ଦାବି ରଖିଛନ୍ତି। ତା’ସହିତ ଟ୍ରମା କେୟାର ସେଣ୍ଟରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଓ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବାକୁ ସେମାନେ ଦାବି କରିଛନ୍ତି। ସେହିଭଳି କାଜୁଆଲିଟିରେ ବରିଷ୍ଠ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରିବା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

ଗତ କିଛି ମାସ ହେଲା ଏମକେସିଜିରୁ ବହୁ ଡାକ୍ତରଙ୍କ ବଦଳି ହୋଇଛି। ଫଳରେ ରୋଗୀମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରୁନାହିଁ। ବାରମ୍ବାର ଖବର ପରିବେଷଣ ପରେ ସରକାର ଚୁପ୍ ବସିଛନ୍ତି। ଏଣୁ ଶେଷରେ ବାଧ୍ୟ ହୋଇ ସେମାନେ ଧାରଣା ବସିଥିବା ଗଣମାଧ୍ୟମ ପ୍ରତିନିଧିମାନେ କହିଛନ୍ତି।

ବରିଷ୍ଠ ସାମ୍ବାଦିକ ଜ୍ୟୋତି ରଞ୍ଜନ ଦାଶ କହିଛନ୍ତି, ଆମେ ଆଜି ଯେଉଁ ଦାବି ଉପସ୍ଥାପନ କରିଛୁ, ତାହା ଜନସାଧାରଣଙ୍କ ଦାବି। ଏଠାରେ ଆବଶ୍ୟକ ଡାକ୍ତର ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ବଦଳି କରାଯାଉଛି। ଚିକିତ୍ସାରେ ଅବହେଳା କରାଯାଉଛି। ଏଠିକି ରୋଗୀ ଆସିଲେ ଖାଲି ଅନ୍ୟ ସ୍ଥାନକୁ ରେଫର କରାଯାଉଛି। ସରକାର ତୁରନ୍ତ ଏଦିଗରେ ଦୃଷ୍ଟି ଦେବା ଦରକାର। ସରକାର ରାଜ୍ୟରେ ଯେତେ ମେଡିକାଲ କଲେଜ ଖୋଲିବା କଥା ଖୋଲନ୍ତୁ। କିନ୍ତୁ ଯେଉଁ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ ଅଛି, ସେଗୁଡ଼ିକର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରନ୍ତୁ। ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀ ଦିଅନ୍ତୁ।

ସେହିଭଳି ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ କହିଛନ୍ତି, ଏମ୍‌କେସିଜିର ଏ ସବୁ ସମସ୍ୟା ଆଜିର ନୁହେଁ। ବହୁ ଦିନ ହେଲା ଏସବୁ ସମସ୍ୟା ଲାଗି ରହିଛି। ଏହି ମେଡିକାଲ କଲେଜ ଓ ହସ୍‌ପିଟାଲ ୧୦ଟି ଜିଲ୍ଲାର ଲୋକଙ୍କୁ ଦୃଷ୍ଟିରେ ରଖି ନିର୍ମାଣ ହୋଇଥିଲା। କିନ୍ତୁ ଏବେ ଏହା କେବଳ ବ୍ରହ୍ମପୁରବାସୀଙ୍କୁ ଚିକିତ୍ସା ଯୋଗାଇବାକୁ ସକ୍ଷମ ନୁହେଁ। ଏଠି ଗୋଟିଏ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍ ଥାଉ ଥାଉ ଯଦି ଲୋକଙ୍କୁ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ିବ, ତା’ହେଲେ ଏହା ରହିବ କାହିଁକି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story