ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ ହେବ। ଏ ନେଇ ଏକ ସମୀକ୍ଷା ବୈଠକ ଆଜି ସଚିବାଳୟରେ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, “କେନ୍ଦୁଝରରେ ମେଡିକାଲ କଲେଜ ପାଇଁ ସ୍ଥାନ ଚିହ୍ନଟ ସରିଛି। ଟେଣ୍ଡର କାର୍ଯ୍ୟ ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ଓଡ଼ିଶା ସରକାର ସମସ୍ତ ଖର୍ଚ୍ଚ […]

naveen_patnaik

Rakesh Mallick
  • Published: Wednesday, 14 September 2016
  • , Updated: 14 September 2016, 08:40 PM IST

ଭୁବନେଶ୍ୱର: କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ମେଡିକାଲ କଲେଜ ହେବ। ଏ ନେଇ ଏକ ସମୀକ୍ଷା ବୈଠକ ଆଜି ସଚିବାଳୟରେ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, “କେନ୍ଦୁଝରରେ ମେଡିକାଲ କଲେଜ ପାଇଁ ସ୍ଥାନ ଚିହ୍ନଟ ସରିଛି। ଟେଣ୍ଡର କାର୍ଯ୍ୟ ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ଓଡ଼ିଶା ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ସେହିପରି କଳାହାଣ୍ଡିରେ ମେଡିକାଲ କଲେଜ ନିର୍ମାଣ ପାଇଁ ଜାଗା ଚିହ୍ନଟ ସରିଛି। ଏଠାରେ ମେଡ଼ିକାଲ କଲେଜ ଭିତ୍ତିଭୂମି ନିର୍ମାଣ କରିବ ବେଦାନ୍ତ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ସରକାର କରିବେ।”

Related story