5T ସଚିବ ପାଣ୍ଡିଆନଙ୍କୁ ଖୁସି କରିବାକୁ ଚାଲିଛି କସରତ, ସବୁ ଦିନ ରହିବ ତ?

କେନ୍ଦୁଝର/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ‘ମୋ ସରକାର’ ଓ 5T? ଏ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ଘନଘନ ମେଡିକାଲ୍‌ ଗସ୍ତ କରୁଛନ୍ତି। ଆଗକୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯିବେ 5T ସଚିବ। ସେଥିପାଇଁ ସତର୍କ ହୋଇଗଲେଣି ମେଡିକାଲ୍‌ କର୍ତ୍ତୃପକ୍ଷ। 5T ସଚିବଙ୍କୁ ଖୁସି କରାଇବା ପାଇଁ ରାତିରାତି କାମ ଚାଳାଇଛନ୍ତି। ଦୀର୍ଘ ଦିନରୁ ପଡ଼ିଥିବା ଅଳିଆକୁ […]

medical

Manoranjan Sial
  • Published: Saturday, 12 October 2019
  • , Updated: 12 October 2019, 08:19 PM IST

କେନ୍ଦୁଝର/ସୁନ୍ଦରଗଡ଼ (ଓଡ଼ିଶା ରିପୋର୍ଟର): ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ‘ମୋ ସରକାର’ ଓ 5T? ଏ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ଘନଘନ ମେଡିକାଲ୍‌ ଗସ୍ତ କରୁଛନ୍ତି। ଆଗକୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯିବେ 5T ସଚିବ। ସେଥିପାଇଁ ସତର୍କ ହୋଇଗଲେଣି ମେଡିକାଲ୍‌ କର୍ତ୍ତୃପକ୍ଷ। 5T ସଚିବଙ୍କୁ ଖୁସି କରାଇବା ପାଇଁ ରାତିରାତି କାମ ଚାଳାଇଛନ୍ତି। ଦୀର୍ଘ ଦିନରୁ ପଡ଼ିଥିବା ଅଳିଆକୁ ଉଠାଇ ନେଉଥିବା ବେଳେ ଅକାମୀ ହୋଇପଡ଼ିଥିବା ବାଥରୁମ୍‌ରେ ଲାଗିଛି ନୂଆ ପାଇପ୍‌ ଓ ସାୱାର୍‌ ସିଷ୍ଟମ୍‌। ତେବେ ଏଠି ପ୍ରଶ୍ନ ଉଠୁଛି, ମେଡିକାଲ୍‌ ପରିସର ସବୁଦିନ ପାଇଁ ଏମିତି ସଫାସୁତୁରା ରହିବ ନା 5T ସଚିବଙ୍କୁ ଡରି ଏମିତି କରାଯାଉଛି?

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ଅତି ଦୟନୀୟ। ପାଣି, କାଦୁଅରେ ପଚ ପଚ ହେଉଥିବା ମେଡିକାଲ୍ ରାସ୍ତାରେ ଏବେ ପଡ଼ୁଛି ମାଟି, ବାଲି ଓ ଟାଇଲ୍। ମେଡିକାଲ ପରିସରରେ ଜମି ରହିଥିବା ଅଳିଆ ଉଠାଉଛନ୍ତି ସୁଇପର। ଘାସ କାଟି ସଫା କରାଯାଇଛି। ଖାଲି ମେଡିକାଲ୍ ପରିସରରେ ନୁହେଁ, ମେଡିକାଲ୍ ଭିତର ମଧ୍ୟ ଯେପରି ଚକାଚକ୍ ଦିଶିବ ସେ ନେଇ ବେଶ ସତର୍କ ହୋଇପଡ଼ିଛନ୍ତି କର୍ତ୍ତୃପକ୍ଷ। ଅକାମୀ ହୋଇପଡ଼ିଥିବା ବାଥରୁମ୍‌ରେ ଲାଗିଛି ନୂଆ ପାଇପ୍‌, ସାୱାର୍‌ ସିଷ୍ଟମ୍‌। ଯେପରି ମେଡିକାଲ୍‌ ସବୁ ବନ୍ଦୋବସ୍ତ ଥିବା ଦେଖାଇବାକୁ ଚାହୁଁଛନ୍ତି ହସ୍ପିଟାଲ୍ କର୍ତ୍ତୃପକ୍ଷ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମେଡିକାଲ୍‌ ପାଇଁ ୮୦ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୪୦ ଜଣ। ଏପରି ସ୍ଥିତିରେ ରୋଗୀଙ୍କୁ କେମିତି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି, ତାହା ସାଧାରଣରେ ଅନୁମେୟ। ହେଲେ ମେଡିକାଲ୍‌ କର୍ତ୍ତୃପକ୍ଷ ସବୁଦିନ ପାଇଁ ମେଡିକାଲ୍‌ର ସମସ୍ୟା ସମାଧାନ କରିବା ପରିବର୍ତ୍ତେ 5T ସଚିବଙ୍କୁ ସନ୍ତୁଷ୍ଟରେ ଲାଗି ପଡ଼ିଛନ୍ତି। ଯାହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ସମାନ ଦୃଶ୍ୟ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। କୋମାରେ ପଡ଼ିଥିବା ମେଡିକାଲ୍ ଏବେ ଚଳଚଞ୍ଚଳ ହୋଇପଡ଼ିଛି। ଭାଙ୍ଗି ଯାଇଥିବା କାନ୍ଥକୁ ରାତାରାତି ତିଆରି କରୁଛନ୍ତି କର୍ତ୍ତୃପକ୍ଷ। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ଚୂନ ଲଗାଯାଇଛି। ଦୀର୍ଘ ଦିନରୁ ପଡ଼ି ରହିଥିବା କୁଢ଼ କୁଢ଼ ଅଳିଆକୁ ମେଡିକାଲ୍ ପରିସରରୁ ଏବେ ଉଠାଇ ନେଇଛନ୍ତି ମେଡିକାଲ୍ କର୍ତ୍ତୃପକ୍ଷ।

 

Related story