ହୀରାକୁଦ ଡ୍ୟାମ୍‌ରେ ବୁଡ଼ିଗଲେ ଡାକ୍ତରୀ ଛାତ୍ର

ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍‌ ସିଂହ। ସେ ବୁର୍ଲା ମେଡିକାଲ୍‌ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସୁମିତ୍‌ ସାଙ୍ଗମାନଙ୍କ ସହ ହୀରାକୁଦ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ। ସୁମିତ୍‌ଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ସାଙ୍ଗମାନେ ଚେଷ୍ଟା […]

mahanadi

Jitendra Garnayak
  • Published: Tuesday, 05 March 2019
  • , Updated: 05 March 2019, 08:38 AM IST

ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁମିତ୍‌ ସିଂହ। ସେ ବୁର୍ଲା ମେଡିକାଲ୍‌ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ। ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ସୁମିତ୍‌ ସାଙ୍ଗମାନଙ୍କ ସହ ହୀରାକୁଦ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ସେ ବୁଡ଼ି ଯାଇଥିଲେ। ସୁମିତ୍‌ଙ୍କୁ ଉଦ୍ଧାର କରିବା ଲାଗି ତାଙ୍କ ସାଙ୍ଗମାନେ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସୁମିତ୍‌ଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବୁର୍ଲା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related story