କିନ୍ନର ମୀରା ପରିଡ଼ା ହେଲେ ବିଜେଡି ମହିଳା ଉପସଭାନେତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିନ୍ନର ମୀରା ପରିଡ଼ାଙ୍କୁ ମହିଳା ବିଜେଡି ଉପ-ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ମୀରା ଗତ କିଛିଦିନ ତଳେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ପ୍ରଥମଥର ପାଇଁ ବିଜେଡି ଜଣେ କିନ୍ନରଙ୍କୁ ନିଜର ମହିଳା ସଂଗଠନର କର୍ମକର୍ତ୍ତା ଭାବେ ଅବସ୍ଥାପିତ କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ବୋଲି ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା ଏକ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି। ମୀରାଙ୍କ ବ୍ୟତୀତ ସଂଯୁକ୍ତ […]

meera-parida-appointed-vice-president-of-bjd-womens-wing

Manoranjan Sial
  • Published: Friday, 29 March 2019
  • , Updated: 29 March 2019, 10:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିନ୍ନର ମୀରା ପରିଡ଼ାଙ୍କୁ ମହିଳା ବିଜେଡି ଉପ-ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ମୀରା ଗତ କିଛିଦିନ ତଳେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ପ୍ରଥମଥର ପାଇଁ ବିଜେଡି ଜଣେ କିନ୍ନରଙ୍କୁ ନିଜର ମହିଳା ସଂଗଠନର କର୍ମକର୍ତ୍ତା ଭାବେ ଅବସ୍ଥାପିତ କରିଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ବୋଲି ମହିଳା ବିଜେଡି ସଭାନେତ୍ରୀ ମିନତୀ ବେହେରା ଏକ ପ୍ରେସ୍ ରିଲିଜରେ ସୂଚନା ଦେଇଛନ୍ତି। ମୀରାଙ୍କ ବ୍ୟତୀତ ସଂଯୁକ୍ତ ବେହେରାଙ୍କୁ ଗଜପତି ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାନେତ୍ରୀ ଓ ରଶ୍ମୀବାଳା ମିଶ୍ରଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଶ୍ରୀମତୀ ମିଶ୍ର ରାଉରକେଲା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Related story