ଆଜି ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ବସିବ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ସନ୍ଧ୍ୟା ୬ଟାରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏକ ସଙ୍ଗେ ବୈଠକ କରାଯିବ। ଚଳିତ ରଥଯାତ୍ରାରେ କଣ ସବୁ ତ୍ରୁଟି ବିଚ୍ୟୁତି ରହିଲା, ଅଣସେବକ ରଥ ଉପରେ ଚଢିବା ଏବଂ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବା ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ। ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଭିତରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବା ପାଇଁ […]

puri

Tapaswini Nayak
  • Published: Tuesday, 07 July 2020
  • , Updated: 07 July 2020, 09:36 AM IST

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ବସିବ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ସନ୍ଧ୍ୟା ୬ଟାରେ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଏକ ସଙ୍ଗେ ବୈଠକ କରାଯିବ। ଚଳିତ ରଥଯାତ୍ରାରେ କଣ ସବୁ ତ୍ରୁଟି ବିଚ୍ୟୁତି ରହିଲା, ଅଣସେବକ ରଥ ଉପରେ ଚଢିବା ଏବଂ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବା ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ।

ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଭିତରେ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବା ପାଇଁ ପ୍ରାଥମିକ ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ସେବାୟତ କଲ୍ୟାଣ ପାଣ୍ଠି ଉପରେ ମଧ୍ୟ ଆଲୋଚନା ହୋଇପାରେ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ

Related story