‘ନବୀନ ସରକାର ଅମଳରେ ହୋଇଛି ମେଗା ଜମି ଦୁର୍ନୀତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ବିରୋଧରେ କାଯର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସରକାର। ବରଂ ଅନେକଙ୍କ ପୁରସ୍କୃତ କରାଯାଇଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। […]

pradeep

Manoranjan Sial
  • Published: Thursday, 05 November 2020
  • , Updated: 05 November 2020, 05:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୋଟିଏ କି ଦୁଇଟି ନୁହେଁ ନବୀନ ସରକାର ଅମଳରେ ପାଞ୍ଚ ପାଞ୍ଚଟି ମେଗା ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏସବୁ ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ବିରୋଧରେ କାଯର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ସରକାର। ବରଂ ଅନେକଙ୍କ ପୁରସ୍କୃତ କରାଯାଇଛି। ତଥ୍ୟ ଭିତ୍ତିକ ପ୍ରମାଣ ସହ ଏଭଳି ସଂଗୀନ ଅଭିଯୋଗ ଆଣି ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ।

ପ୍ରଦୀପ କହିଛନ୍ତି-“ଭୁବନେଶ୍ୱର-କଟକରେ ଇଚ୍ଛାଧୀନ କୋଟାରେ ଘର ଓ ପ୍ଲଟ୍‌ ସ୍କାମରୁ ଗୋଟିଏ ବି ଜମି ସରକାରୀ ଖାତାକୁ ଫେରିନି। ପ୍ରାୟ ୨୦ ହଜାର କୋଟିର ଜମି ଦୁର୍ନୀତିକୁ ଚାପି ଦେଇଛନ୍ତି ସରକାର। ଘଙ୍ଗାପାଟଣା ଜମି ଦୁର୍ନୀତିରେ ଜମି ବିକିଥିବା ଓ କିଣାବିକା କରାଇଥିବା ବ୍ୟକ୍ତି ଗିରଫ ହେଲେ। ମାତ୍ର ଜମି କିଣିଥିବା ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନି।”

ସେ ଆହୁରି କହିଛନ୍ତି-“ଯାଜପୁର ଡଙ୍କାରି ପାହାଡ଼ ମାଇନ୍ସ ସ୍କାମରେ ସେଠିକାର ବିଜେଡି ବ୍ଲକ ସଭାପତି ସଂପୃକ୍ତ ଅଛନ୍ତି। ଯେଉଁଥିରେ ସରକାରୀ ରାଜକୋଷର ହୋଇଛି ୧୫୦୦ କୋଟିର ଘୋଟାଲା। ହେଲେ ସମସ୍ତେ ଚୁପ୍‌ ରହିଛନ୍ତି। ସେହିପରି କିଟ୍‌ କର୍ତ୍ତୃପକ୍ଷ ରାଜଧାନୀରେ ୮୨ ଏକର ଜମି ଠକେଇ କରିଥିବା ସିଏଜି ଦର୍ଶାଇଥିଲେ। ଯେଉଁଥିରୁ ୩୦ ଏକର ଜଙ୍ଗଲ ଜମି କିଟ୍‌ ପ୍ରତିଷ୍ଠାତା ମାଡ଼ି ବସିଛନ୍ତି। ସେଥିରୁ ୧୧ ଏକର ଜମିରେ କିଟ୍‌ ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିଛି।”

ପ୍ରଦୀପ ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ୫୦୦ ଡେସିମିଲ୍‌ ଜମି ବେଆଇନ ଭାବେ ଜବରଦଖଲ ହୋଇଛି। ଯେଉଁଥିରୁ ୪୦୦ ଡେସିମିଲ୍‌ ମହାପ୍ରଭୁ ଲିଙ୍ଗରାଜଙ୍କ ଜମି ଓ ତାହା ବେଆଇନ ଭାବେ କନଭର୍ସନ କରାଯାଇଛି। ଅନ୍ୟର ଦୁର୍ନୀତି ବାହାର କରିବା ପୂର୍ବରୁ ପ୍ରଥମେ ରାଜ୍ୟ ସରକାର ସ୍ୱଚ୍ଛ ହୁଅନ୍ତୁ।” ସେ କହିଛନ୍ତି ଯେ ଏଭଳି ଅନେକ ଦୁର୍ନୀତିର ପ୍ରମାଣ ଥିଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ବରଂ ଏଭଳି ଅନେକ ବ୍ୟକ୍ତିଙ୍କୁ ସରକାର ପୁରସ୍କୃତ କରିଛନ୍ତି।

ତେବେ ସୂଚନା ଅଧିକାର କର୍ମୀଙ୍କ ଏ ସମସ୍ତ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌, ଶାସକଦଳ ଓ କିଟ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Related story