କଟକ(ଓଡ଼ିଶା ରିପୋର୍ଟର): ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଗଲେ ମାନସିକ ଅନଗ୍ରସର ଯୁବତୀ । କଟକ ସୂତାହାଟ ଖ୍ରିଷ୍ଟିଆନ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଗ୍ନିକାଣ୍ଡ । ନିଆଁ କ୍ଷିପ୍ର ବେଗରେ ଚାରି ଆଡ଼କୁ ମାଡ଼ି ଯାଇଥିବା ବେଳେ ଏଥିରେ ଜିଅନ୍ତା ଜଳି ଯାଇଥିଲେ ୨୨ ବର୍ଷୀୟା ଲତିଫା ଶେଖ। ।
ଲତିଫା ଜଣେ ମାନସିକ ଅନଗ୍ରସର ଯୁବତୀ ହୋଇଥିବା ବେଳେ ଗତକାଲି ରାତିରେ ତାଙ୍କୁ ଘରେ ଛାଡ଼ି ବାପାମା’ ବାହାରକୁ ଯାଇଥିଲେ। ଏହି ସମୟରେ ହଠାତ୍ ନିଆଁ ଚାରିଆଡ଼କୁ ବ୍ୟାପିବାରୁ ସେ ଘରୁ ବାହାରି ନ ପାରି ଜିଅନ୍ତା ଜଳି ଯାଇଥିଲେ। ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ତେବେ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ହୋଇଛି, ତାହା ସ୍ପଷ୍ଟ ହୋଇନି । ମୃତକଙ୍କ ପରିବାର ଲୋକେ ଭଡା ଘରେ ରହୁଥିବା ବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ଏହା ଏକ ଦୁର୍ଘଟଣା ନା ସୁଚିନ୍ତିତ ହତ୍ୟାକାଣ୍ଡ ତାହା ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ୍ ତଦନ୍ତ ଆରମ୍ଭ କରିଛି।