ମାଡ଼ି ଆସୁଛି ଜାଡ଼, ପ୍ରବଳ ଥଣ୍ଡାରେ ଥରିବ ଓଡ଼ିଶା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଶୀତର ପ୍ରକୋପ ବଢ଼ିବ। ଉତ୍ତର-ପଶ୍ଚିମ- ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ରାତ୍ରକାଳୀନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏଁ କମିବ। ଯାହାର ପ୍ରଭାବ ଶୀତର ପ୍ରକୋପ ବଢ଼ିବ। ଏପରି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଗତ ୨୪ […]

COLD

COLD

Manoranjan Sial
  • Published: Wednesday, 15 December 2021
  • Updated: 15 December 2021, 05:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ୫ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଶୀତର ପ୍ରକୋପ ବଢ଼ିବ। ଉତ୍ତର-ପଶ୍ଚିମ- ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ରାତ୍ରକାଳୀନ ତାପମାତ୍ର ୨ ରୁ ୩ ଡିଗ୍ରୀ ଯାଏଁ କମିବ। ଯାହାର ପ୍ରଭାବ ଶୀତର ପ୍ରକୋପ ବଢ଼ିବ। ଏପରି ପୂର୍ବାନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ ଗତ ୨୪ ଘଣ୍ଟାରେ ଓଡ଼ିଶା ପାଗ ସାଧାରଣତଃ ଶୁଖିଲା ରହିଥିଲା। ପାଖାପାଖି ୧୯ ସ୍ଥାନରେ ରାତ୍ରକାଳୀନ ତାପମାତ୍ର ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଫୁଲ୍‌ବାଣୀରେ ୧୦ ଡିଗ୍ରୀ ସେଲ୍‌ସିୟସ୍‌ ରେକର୍ଡ କରାଯାଇଛି। ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଛି। ମାଲକାନଗିରି, କୋରାପୁଟ ପରି କେତେକ ଜିଲ୍ଲାରେ ଅଳ୍ପ କୁହୁଡି ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାରେ ରାତ୍ରକାଳୀନ ତାପାମାତ୍ରା ୦.୫ରୁ ୧.୫ ଡିଗ୍ରୀ ଯାଏଁ ତଳକୁ ଖସିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୦.୫ରୁ ୨ ଡିଗ୍ରୀ ଯାଏଁ ତଳକୁ ଖସିଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ, କେନ୍ଦୁଝରରେ ୧୧.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୦ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ଭବାନୀପାଟଣାର ତାପମାତ୍ର ୧୨.୯ ଡିଗ୍ରୀ ରେକର୍ଡ଼ କରାଯାଇଛି। ଠିକ୍‌ ସେହିପରି ବାଲେଶ୍ୱରରେ ୧୪.୬ ଡିଗ୍ରୀ, ଚାନ୍ଦବାଲିରେ ୧୩.୨ ଡିଗ୍ରୀ, କଟକରେ ୧୪.୫ ଡିଗ୍ରୀ, ପାରାଦୀପରେ ୧୬.୮ ଡିଗ୍ରୀ, ଭୁବନେଶ୍ୱରରେ ୧୪.୫ ଡିଗ୍ରୀ, ଗୋପାଳପୁରରେ ୧୭.୨ ଡିଗ୍ରୀ, ପୁରୀରେ ୧୮.୧ ଡିଗ୍ରୀ, ଅନୁଗୋଳରେ ୧୪.୬ ଡିଗ୍ରୀ, ବାରିପଦାରେ ୧୪.୦ ଡିଗ୍ରୀ, ସମ୍ୱଲପୁରରେ ୧୪.୦ଡିଗ୍ରୀ, ହୀରାକୁଦରେ ୧୩.୨ ଡିଗ୍ରୀ, ତାଳଚେରରେ ୧୪.୦ ଡିଗ୍ରୀ, ଭବାନୀପାଟଣାରେ ୧୨.୯ ଡିଗ୍ରୀ, ବଲାଙ୍ଗିରରେ ୧୩.୬ ଡିଗ୍ରୀ, କୋରାପୁଟରେ ୧୩.୮ଡିଗ୍ରୀ, ଟିଟିଲାଗଡ଼ରେ ୧୧.୩ ଡିଗ୍ରୀ, ମାଲକାନଗିରିରେ ୧୫.୫ ଡିଗ୍ରୀ, ସୋନପୁରରେ ୧୨.୪ ଡିଗ୍ରୀ, ନୟାଗଡ଼ରେ ୧୫.୦ ଡିଗ୍ରୀ, ବୌଦ୍ଧରେ ୧୫.୦ ଡିଗ୍ରୀ, ଛତ୍ରପୁରରେ ୧୮.୦ଡିଗ୍ରୀ, ପାରଳାଖେମୁଣ୍ଡିରେ ୧୮.୦ ଡିଗ୍ରୀ ଓ ରାୟଗଡ଼ାରେ ୧୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 

https://twitter.com/mcbbsr/status/1470974003611271170?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos