ଆରମ୍ଭ ହେଲା ଦାନ ଧର୍ମର ପର୍ବ ମହାଳୟା

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଏହି ଦିନ ପିତୃପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧ କର୍ମ କରାଯାଏ । ବଙ୍ଗ।ଳୀ ମାନଙ୍କ ଦ୍ୱାରା ମହାଳୟା ଆରମ୍ଭ ହୋଇଥିଲା । ଏହି  ଅମବାସ୍ୟା ପରେ ଦୁର୍ଗାପୂଜା ଓ ନବରାତ୍ରୀର ଆରମ୍ଭ ହୋଇଥାଏ । କୁହାଯାଏ ଏହି ଦିନରେ ମା’ ଦୁର୍ଗା ଅସତ୍ୟ ସଂହାର ପାଇଁ ରଣକ୍ଷେତ୍ରକୁ ଓହ୍ଲାଇ ଥିଲେ । ପିତୃପୁରୁଷ ଉଦ୍ଦେଶ୍ୟରେ ଦାନ ଉତ୍ସର୍ଗ କରାଯାଉଥିବାରୁ  ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଏହି ଅବସରରେ […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 04:10 PM IST

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଏହି ଦିନ ପିତୃପୁରୁଷଙ୍କ ଶାନ୍ତି ପାଇଁ ଶ୍ରାଦ୍ଧ କର୍ମ କରାଯାଏ । ବଙ୍ଗ।ଳୀ ମାନଙ୍କ ଦ୍ୱାରା ମହାଳୟା ଆରମ୍ଭ ହୋଇଥିଲା । ଏହି  ଅମବାସ୍ୟା ପରେ ଦୁର୍ଗାପୂଜା ଓ ନବରାତ୍ରୀର ଆରମ୍ଭ ହୋଇଥାଏ । କୁହାଯାଏ ଏହି ଦିନରେ ମା’ ଦୁର୍ଗା ଅସତ୍ୟ ସଂହାର ପାଇଁ ରଣକ୍ଷେତ୍ରକୁ ଓହ୍ଲାଇ ଥିଲେ । ପିତୃପୁରୁଷ ଉଦ୍ଦେଶ୍ୟରେ ଦାନ ଉତ୍ସର୍ଗ କରାଯାଉଥିବାରୁ  ଏହାକୁ ପିତୃପର୍ବ ମଧ୍ୟ କୁହାଯାଏ । ଏହି ଅବସରରେ ପିତୃପକ୍ଷରେ ଯେ କୈଣସି ଦିନ ବ୍ରାହ୍ମଣଙ୍କୁ ଖାଦ୍ୟ ,କପଡା, ମିଠା ଆଦି ଦାନ କଲେ ଧର୍ମ ହୋଇଥାଏ। ଏହି ଦିନ ପୂର୍ବଜଙ୍କୁ ଅର୍ପଣ କରାଯାଉଥିବା ଭୋଜନ ରୂପା କିମ୍ୱା ତମ୍ୱା ପାତ୍ରରେ ପ୍ରସ୍ତୁତ ହୋଇଥାଏ  । ଏହି ଦିନ ବ୍ରାହ୍ମଣ ସହ କଦଳୀ ପତ୍ରରେ ଭୋଜନ କରିବା ଶୁଭ ବୋଲି କୁହାଯାଏ । ପୂର୍ବଜଙ୍କୁ କ୍ଷୀର ,ଚାଉଳ ,ଡାଲି, ବିନ୍ସ ପରି ପରିବା ‌ଏବଂ  ସୀତାଫଳଆଦି ଦାନ କରାଯାଇଥାଏ । ଏପରି ଦାନ ଧର୍ମ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି କୁହାଯାଏ।

Related story