ମଧ୍ୟାହ୍ନ ଭୋଜନରେ ବି ଡାଲିର ମହଙ୍ଗା ମାଡ଼: କମ୍ ଡାଲି ଓ ଅଧିକ ପରିବାରେ ଚଳୁଛି କାମ

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଉପରେ ଦାଉ ସାଧିଛି ଡାଲିର ମହଙ୍ଗା ମାଡ। ହରଡ଼ ଓ ଅନ୍ୟାନ୍ୟ ଡାଲିର ମାତ୍ରାଧିକ ଦର ବୃଦ୍ଧି ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବିଶେଷ ପ୍ରଭାବିତ ହୋଇଛି। ଅଳ୍ପ ଡାଲିରେ ପରିବା ମିଶାଇ କୌଣସି ପ୍ରକାରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ଚାଲିଥିବା ରାଜ୍ୟର ଅଧିକାଂଶ ସ୍କୁଲରେ ହାଲ୍ ସମାନ। ଏପିରିକି ଏଥିଯୋଗୁଁ କେତେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଥିବା ପିଲାଙ୍କ ସଂଖ୍ୟା ମଧ୍ୟ କମିଛି। ବାରିପଦା ପାଣ୍ଡେ ନୋଡାଲ୍ ଉଚ୍ଚପ୍ରାଥମିକ […]

mid-day-mill

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 02:55 PM IST

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନ ଉପରେ ଦାଉ ସାଧିଛି ଡାଲିର ମହଙ୍ଗା ମାଡ। ହରଡ଼ ଓ ଅନ୍ୟାନ୍ୟ ଡାଲିର ମାତ୍ରାଧିକ ଦର ବୃଦ୍ଧି ପରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବିଶେଷ ପ୍ରଭାବିତ ହୋଇଛି। ଅଳ୍ପ ଡାଲିରେ ପରିବା ମିଶାଇ କୌଣସି ପ୍ରକାରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି। ମଧ୍ୟାହ୍ନ ଭୋଜନ ଚାଲିଥିବା ରାଜ୍ୟର ଅଧିକାଂଶ ସ୍କୁଲରେ ହାଲ୍ ସମାନ। ଏପିରିକି ଏଥିଯୋଗୁଁ କେତେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଉଥିବା ପିଲାଙ୍କ ସଂଖ୍ୟା ମଧ୍ୟ କମିଛି।

ବାରିପଦା ପାଣ୍ଡେ ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ହରଡ ଡାଲି କିଲୋ ପିଛା ୧୬୫ରୁ ୧୭୦ ରହିଛି। ତେଣୁ ପିଲାଙ୍କୁ ହରଡ ଡାଲି ଦେବା ସମ୍ଭବ ହେଉନି। ମୁଗ ଡାଲି ଦାମ ଟିକେ କମ ଅଛି। ତେଣୁ ମଧ୍ୟାହ୍ନ ଭୋଜନରେ ମୁଗ ଡାଲି ଦେଉଛୁ। ତେବେ ଡାଲି ଅପେକ୍ଷା ପରିବା ଅଧିକ ପକାଉଛି।

ସରକାର ଡାଲି କିଲୋପିଛା ପାଇଁ ଆଗରୁ ଦେଉଥିଲେ ୬୦ ଟଙ୍କ।। ଏବେ ଦେଉଛନ୍ତି ୬୮। ତେବେ ହରଡ଼ ଡାଲି ଏବେ ୧୭୦ରୁ ୧୮୦ ଥିବା ବେଳେ ମୁଗ ୧୨୦ ଟଙ୍କ।। ତେଣୁ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସଏଚଜି ଓ ଅନ୍ୟ ସଂସ୍ଥା ବାଧ୍ୟ ହୋଇ ଡାଲି ପରିମାଣ କମାଇ ଦେଇଥିବା କହିଛନ୍ତି।

ଅନ୍ୟପକ୍ଷରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଡାଲି ଦର ବଢିବା ପରେ ମଧ୍ୟାହ୍ନ ଭୋଜନର ମାନ କମିବା ନେଇ କେଉଁଠୁ ଅଭିଯୋଗ ଆସିନାହିଁ। ମଧ୍ୟାହ୍ନ ଭୋଜନ ଦେଉଥିବା ଏସଏଚଜିଙ୍କ ଉପରେ ବୋଝ ବଢିଛି। ତେବେ ତାର ସମାଧାନ ଲାଗି ଉଦ୍ୟମ କରାଯାଉଥିବା ସେ କହିଛନ୍ତି।

Related story