ଅଭିଯୋଗ ସତ୍ତ୍ୱେ ସୁଫଳ ମିଳିଲାନି: ଅଭିଭାବକ ଆସି ସ୍କୁଲରୁ ନିଜ ପିଲାଙ୍କୁ ନେଇଗଲେ

ପାଲଲହଡ଼ା(ରବି ନାରାୟଣ ପ୍ରଧାନ):ସରକାରୀ ଅବ୍ୟବସ୍ଥା ଅଭିଯୋଗ କରି ହଷ୍ଟେଲ ଛାଡିଲେ ୨୧୦ ଅନ୍ତେବାସୀ। ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଶିବିଡା ଶିକ୍ଷା ନିକେତନ ରେ ଏହି ଅଭାବନୀୟ ଘଟଣା ଘଟିଛି । ମାସ ମାସ ଧରି ଅନ୍ତେବାସୀଙ୍କ ମୌଳିକ ସୁବିଧାରୁ ବଂଚିତ ଅନ୍ତେବାସୀ ଆଜି ସନ୍ଧ୍ୟାରେ ନିଜ ନିଜର ଅଭିଭାବକଙ୍କ ସାଥିରେ ଘରକୁ ପଳାଇଛନ୍ତି। ପାଲଲହଡା ବ୍ଲକ ର ପାଉଡ଼ି ଭୂୟାଁ ଅଂଚଳ ନଗିରା, ବରଡିହ, ଏବଂ ବଂସପାଳ ବ୍ଲକର ଆଦିବାସୀ ଝିଅମାନେ ପଢିବା ପାଇଁ ଶିବିଡା […]

54321

Tapas Behera
  • Published: Wednesday, 13 November 2019
  • , Updated: 13 November 2019, 04:07 PM IST

ପାଲଲହଡ଼ା(ରବି ନାରାୟଣ ପ୍ରଧାନ):ସରକାରୀ ଅବ୍ୟବସ୍ଥା ଅଭିଯୋଗ କରି ହଷ୍ଟେଲ ଛାଡିଲେ ୨୧୦ ଅନ୍ତେବାସୀ। ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଶିବିଡା ଶିକ୍ଷା ନିକେତନ ରେ ଏହି ଅଭାବନୀୟ ଘଟଣା ଘଟିଛି । ମାସ ମାସ ଧରି ଅନ୍ତେବାସୀଙ୍କ ମୌଳିକ ସୁବିଧାରୁ ବଂଚିତ ଅନ୍ତେବାସୀ ଆଜି ସନ୍ଧ୍ୟାରେ ନିଜ ନିଜର ଅଭିଭାବକଙ୍କ ସାଥିରେ ଘରକୁ ପଳାଇଛନ୍ତି।

ପାଲଲହଡା ବ୍ଲକ ର ପାଉଡ଼ି ଭୂୟାଁ ଅଂଚଳ ନଗିରା, ବରଡିହ, ଏବଂ ବଂସପାଳ ବ୍ଲକର ଆଦିବାସୀ ଝିଅମାନେ ପଢିବା ପାଇଁ ଶିବିଡା ଠାରେ ଶିବିଡା ଶିକ୍ଷା ନିକେତନ ଖୋଲାଯାଇଛି। ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ ଝିଅ ହଷ୍ଟେଲରେ ରହି ପାଠ ପଢୁଥିଲେ। ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଦାୟିତ୍ୱରେ ସ୍କୁଲ ,ହଷ୍ଟେଲ ପରିଚାଳିତ ହୁଏ। କିନ୍ତୁ କିଛିମାସ ହେବ ଶିକ୍ଷା ନିକେତନର ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ସମସ୍ୟା ନେଇ ଛାତ୍ରୀଙ୍କ ଅଭିଭାବକମାନେ ଅନୁଗୁଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ।

ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳ ଦୃଷ୍ଟି ଦେବେ ବୋଲି କହିଥିଲେ ବି ଅସୁବିଧା ଦୂର ନ ହେବାରୁ ଆଜି ସ୍କୁଲ ବାହାରେ ଅଭିଭାବକ ମନେ ବୈଠକ କରି ନିଜନିଜର ପିଳାଙ୍କୁ ନେଇଯାଇଛନ୍ତି। ଶିକ୍ଷା ନିକେତନର ଇନ୍‌ଚାର୍ଜ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇ ପିଲାମାନଙ୍କୁ ନେଇଯାଇଛନ୍ତି।

ଅଭିଭାବକଙ୍କ କହିବା କଥା ଏଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସୁବିଧା ଅଛି। ଏହାକୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ କରାଯାଉ। ଅନ୍ତେବାସୀଙ୍କ ଦେହ ଖରାପ ହେଲେ ୫୦ କିମି ଦୂର ପାଲଲହାଡ଼ ଆସିବାକୁ ପଡୁଛି। ଏଣୁ ସ୍କୁଲ ପରିସରରେ ଡାକ୍ତରଖାନା କରାଯାଉ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥିତ କରାଯାଉ। ଏସବୁ ସମାଧାନ ହେଲେ ଆମେ ହଷ୍ଟେଲକୁ ଛୁଆ ଛାଡ଼ିବୁ ବୋଲି ଅଭିଭାବକମାନେ କହିଥିଲେ।

Related story