ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର କରୁଥିଲେ, ଧରାପଡ଼ିଲେ

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଘାଘରମୁଣ୍ଡା ଖନ୍ଦା ଜଙ୍ଗଲରେ ଗତରାତିର ହୋଇଥିବା ମିଡ-ନାଇଟ ଅପରେସନରେ ୨ ଶିକାରୀଙ୍କୁ ଗିରଫ କରିବା ସହ  ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ୍‌ ତାର ଜବତ କରିଛି ବନ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅସନବାହାଳି ଗ୍ରାମର ଅରୁଣ ସାହୁ ଏବଂ ଖନ୍ଦା ଗ୍ରାମର ତ୍ରିନାଥ ସାହୁ । ଘଟଣା ସ୍ଥଳରୁ  ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି। ସୂଚନା ଥାଉକି […]

arrest-1

Tapaswini Nayak
  • Published: Thursday, 08 October 2020
  • , Updated: 08 October 2020, 08:26 AM IST

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଘାଘରମୁଣ୍ଡା ଖନ୍ଦା ଜଙ୍ଗଲରେ ଗତରାତିର ହୋଇଥିବା ମିଡ-ନାଇଟ ଅପରେସନରେ ୨ ଶିକାରୀଙ୍କୁ ଗିରଫ କରିବା ସହ  ଜନ୍ତୁ ଶିକାର ପାଇଁ ବ୍ୟବହୃତ ବିଦ୍ୟୁତ୍‌ ତାର ଜବତ କରିଛି ବନ ବିଭାଗ। ଗିରଫ ଦୁଇ ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅସନବାହାଳି ଗ୍ରାମର ଅରୁଣ ସାହୁ ଏବଂ ଖନ୍ଦା ଗ୍ରାମର ତ୍ରିନାଥ ସାହୁ । ଘଟଣା ସ୍ଥଳରୁ  ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି।

ସୂଚନା ଥାଉକି ,ଏହି ଶିକାରୀ ମାନେ ପ୍ରତିଦିନ ବିଦ୍ୟୁତ୍‌ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିଥାନ୍ତି । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ବନ୍ୟଜନ୍ତୁ ଶିକାର ପାଇଁ ବିଛାଇଥିବା ତାର ସହ ସଂଯୋଗ କରିଥାନ୍ତି । ପଏନେଇ ସୂଚନା ପାଇ ସୋମବାର   ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରାଙ୍କ ନେତୃତ୍ୱରେ ହୋଇଥିବା ମିଡ-ନାଇଟ ଅପରେସନରେ ସ୍ଥାନୀୟ ଫରେଷ୍ଟରଙ୍କ ସମେତ   ବନ କର୍ମଚାରୀ ସାମିଲ ହୋଇ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲେ।

Related story