କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମିଳିଲାନି ଜାଗା, ଶ୍ମଶାନରେ ମୁଣ୍ଡ ଗୁଞ୍ଜିଲେ ପ୍ରବାସୀ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଫେରିଥିବାରୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ। ସ୍କୁଲ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବି ଜାଗା ମିଳିଲାନି । ଶେଷରେ ଶ୍ମଶାନରେ ରହିଲେ ୫ ପ୍ରବାସ ଫେରନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଜୁଣୁଦା ଗାଁରେ । ଜୁଣୁଦା ଗାଁର ୫ ଜଣ ଉତ୍ତରପ୍ରଦେଶରୁ  ଫେରିବା ପରେ ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ଦେଇ ନ ଥିଲେ । ଏହାପରେ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା। […]

bls-1-1--1

Niharika Rout
  • Published: Thursday, 11 June 2020
  • , Updated: 11 June 2020, 02:04 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାହାର ରାଜ୍ୟରୁ ଫେରିଥିବାରୁ ଗାଁରେ ପୂରାଇ ଦେଲେନି ଗ୍ରାମବାସୀ। ସ୍କୁଲ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବି ଜାଗା ମିଳିଲାନି । ଶେଷରେ ଶ୍ମଶାନରେ ରହିଲେ ୫ ପ୍ରବାସ ଫେରନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଜୁଣୁଦା ଗାଁରେ ।

ଜୁଣୁଦା ଗାଁର ୫ ଜଣ ଉତ୍ତରପ୍ରଦେଶରୁ  ଫେରିବା ପରେ ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଇ ଦେଇ ନ ଥିଲେ । ଏହାପରେ ସରପଞ୍ଚଙ୍କ ସହ ଯୋଗାଯୋଗ କରାଯାଇଥିଲା। ସରପଞ୍ଚ ନିଜ ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନରଖି ସେମାନଙ୍କୁ ଅନ୍ୟ ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିବାକୁ ଚେଷ୍ଟା କରିଥିଲେ । ହେଲେ ତାହା ସମ୍ଭବ ହୋଇ ପାରିନଥିଲା ।

ଏନେଇ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ବିଡ଼ିଓ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ବନ୍ଦ କରିବାକୁ କହୁଛନ୍ତି। ସେଥିପାଇଁ ସେମାନଙ୍କୁ ରଖାଯାଇ ନାହିଁ । ସ୍ଥାନୀୟ ସେଣ୍ଟରରେ ଏହି ପ୍ରବାସୀମାନଙ୍କୁ ରଖାଯିବ। ନହେଲେ ଶେଷରେ ସେହି ପଞ୍ଚାୟତରେ ରଖିବା ପାଇଁ ଯୋଜନା କରୁଛୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ଫଳରେ ଗତକାଲିଠାରୁ ଉକ୍ତ ୫ ପ୍ରବାସୀ ଶ୍ରମିକ ଶ୍ମଶାନରେ ରହିଛନ୍ତି ।

Related story