୫ ଦିନ ପରେ ଉଦ୍ଧାର ହେଲେ ନିଖୋଜ ନାବାଳକ

ବାଙ୍କୀ(ସଞ୍ଜୀନ ନାୟକ ): ଗତ ୧୫ରେ ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ନିଖୋଜ ହୋଇଯାଇଥିବା ନାବାଳକ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି।  ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା କହିଛି ବାରଙ୍ଗ ପୋଲିସ। ଗତ ୧୫ରେ ଗୁଆକୁଳିମୁଣ୍ଡିଆ ଗାଁରୁ  ନାବାଳକ ନିଖୋଜ ହୋଇଯାଇଥିଲେ । ଏନେଇ ନାବାଳକଙ୍କ ମା’ ଗତ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ  ପୁଲିସ୍ କଟକ ଓ ବାରଙ୍ଗ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା। ନାବାଳକଜଣକ […]

banki

Niharika Rout
  • Published: Saturday, 19 December 2020
  • , Updated: 19 December 2020, 02:39 PM IST

ବାଙ୍କୀ(ସଞ୍ଜୀନ ନାୟକ ): ଗତ ୧୫ରେ ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ନିଖୋଜ ହୋଇଯାଇଥିବା ନାବାଳକ ଭୁବନେଶ୍ୱରରୁ ଉଦ୍ଧାର ହୋଇଛି।  ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରାଯାଇଥିବା କହିଛି ବାରଙ୍ଗ ପୋଲିସ।

ଗତ ୧୫ରେ ଗୁଆକୁଳିମୁଣ୍ଡିଆ ଗାଁରୁ  ନାବାଳକ ନିଖୋଜ ହୋଇଯାଇଥିଲେ । ଏନେଇ ନାବାଳକଙ୍କ ମା’ ଗତ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ  ପୁଲିସ୍ କଟକ ଓ ବାରଙ୍ଗ ଅଞ୍ଚଳରେ ଖୋଜାଖୋଜି ଆରମ୍ଭ କରିଥିଲା।

ନାବାଳକଜଣକ ଭୁବନେଶ୍ୱର ଶୀଖରଚଣ୍ଡି  ଅଧୀନ ଜଡ଼ିମୁଣ୍ଡା ସାହି ନିକରେ ବୁଲୁଥିବା ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଆଜି  ନାବାଳକଙ୍କୁ ଉଦ୍ଧାର କରିଛି।   ସମ୍ଘପୃକ୍ଟତ ନାବାଳକଙ୍କୁ ବାରଙ୍ଗ ଥାନାକୁ ନିଆଯାଇଛି। ସେଠାରେ ତାଙ୍କ ରେକର୍ଡ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

Related story