କୋଟିପତି କନଷ୍ଟେବଲ; ୪ କୋଠା ଓ ୯ଟି ପ୍ଲଟର ମାଲିକ

ବ୍ରହ୍ମୁପର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନିକଟରୁ ୨ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଛି। ସୁଦର୍ଶନଙ୍କର ବ୍ରହ୍ମପୁର ସ୍ଥିତ ଲୋଚାପଡ଼ାରେ ଗୋଟିଏ ତିନି ମହଲା ଘର, ନିମଖଣ୍ଡିଠାରେ ୩ଟି ନବନିର୍ମିତ କୋଠା ଓ ଲୋଚାପଡ଼ାରେ ୯ଟି ପ୍ଲଟ୍ ରହିଛି। ଏଥିସହ ତାଙ୍କ ଘରୁ ନଗଦ ୫ ଲକ୍ଷ […]

Vigilance Raid

Jitendra Garnayak
  • Published: Tuesday, 30 November 2021
  • , Updated: 30 November 2021, 10:36 AM IST

ବ୍ରହ୍ମୁପର (ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନିକଟରୁ ୨ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଛି।

ସୁଦର୍ଶନଙ୍କର ବ୍ରହ୍ମପୁର ସ୍ଥିତ ଲୋଚାପଡ଼ାରେ ଗୋଟିଏ ତିନି ମହଲା ଘର, ନିମଖଣ୍ଡିଠାରେ ୩ଟି ନବନିର୍ମିତ କୋଠା ଓ ଲୋଚାପଡ଼ାରେ ୯ଟି ପ୍ଲଟ୍ ରହିଛି। ଏଥିସହ ତାଙ୍କ ଘରୁ ନଗଦ ୫ ଲକ୍ଷ ୧୬ ହଜାର ଟଙ୍କା ଜବତ କରାଯାଇଛି।

ସୁଦର୍ଶନଙ୍କ ଲୋଚାପଡ଼ା ଓ ନିମଖଣ୍ଡି ସ୍ଥିତ ଘର ସହିତ ଭଞ୍ଜନଗରର ସ୍ଥିତ ତାଙ୍କ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ବହୁ ଦିନରୁ ସୁଦର୍ଶନ ଭିଜିଲାନ୍ସ ସ୍କାନରରେ ରହିଥିଲେ। ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଚଢ଼ାଉରେ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ରାଜ୍ୟ ସରକାର ଆଉ ୮ ଜଣ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀ ତଥା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସରକାର ଏଯାବତ ଏଭଳି ୧୩୦ ଅପାରଗ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସାରିଲେଣି।

Related story