ପ୍ରଲୋଭନ ଦେଖାଇ ନାବାଳିକାଙ୍କ ଇଜ୍ଜତ ନେଲେ: ଏବେ…

Ordigital Desk
  • Published: Friday, 23 March 2018
  • , Updated: 23 March 2018, 02:42 PM IST
<p>ମୋହନା( ଓଡ଼ିଶା ରିପୋର୍ଟର): ପୁଣି ନାବାଳିକାକୁ ଦୁଷ୍ମର୍ମ ଅଭିଯୋଗ। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ। ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଏବଂ ଗର୍ଭବତୀ କରାଇ ଅଭିଯୁକ୍ତ ଫେରାର ହୋଇଯାଇଛି। ଅଭିଯୁକ୍ତର ନାଁ ସରୋଜ ମଲ୍ଲିକ। ସେ ବିବାହିତ ବୋଲି ଜଣାପଡ଼ିଛି।</p> <p>ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା। ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ସଂପୃକ୍ତ ପୀଡ଼ିତା ୫ ମାସର ଗର୍ଭବତୀ ଅଛନ୍ତି। ଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ନାବାଳିକାଙ୍କୁ ଉଦ୍ଧାର କରିଛି। ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏନେଇ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।</p> <p>&amp;nbsp;</p>

Related story