ମାଲକାନଗିରି(ଓଡ଼ିଶା ରିପୋର୍ଟର): ଗାଡ଼ି ପୂଜା କଲା ବେଳେ ଜଣେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି। ସେ ଯେଉଁ ଗାଡ଼ିକୁ ପୂଜା କରୁଥିଲେ, ସେହି ଗାଡ଼ି ହିଁ ତାଙ୍କ ଉପରେ ମାଡ଼ିଗଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଡୁର୍କାଯୋଡ଼ି ଗାଁରେ।
ମୃତ ପୂଜକଙ୍କ ନାଁ ଚତୁର୍ଭୁଜ ମହାନ୍ତି। ତାଙ୍କ ଘର ନେତାଲଗନ୍ଧି ଗାଁରେ।
ତ୍ରିନାଥ ପୂଜାରୀ ନାମକ ଜଣେ ବ୍ୟକ୍ତି ଦୁଇ ଦିନ ତଳେ ଏକ ନୂଆ ପିକ୍ ଅପ୍ ଭ୍ୟାନ୍ କିଣିଥିଲେ। ସେ ଗାଡ଼ିଟିକୁ ଡୁର୍କାଯୋଡ଼ି ସ୍ଥିତ ତାଙ୍କର ଜଣେ ବନ୍ଧୁଙ୍କ ଘରେ ରଖିଥିଲେ। ଗତକାଲି ପୂର୍ବାହ୍ଣରେ ଶୁଭବେଳାରେ ଗାଡ଼ି ପୂଜା ପାଇଁ ଚତୁର୍ଭୁଜ ମହାନ୍ତିଙ୍କୁ ଡକାଯାଇଥିଲା।
ପୂଜାପାଠ ସରିବା ପରେ ଗାଡ଼ିର ୪ ଚକା ତଳେ ପୂଜକ ୪ଟି ଲେମ୍ୱୁ ରଖି ଗାଡ଼ି ଚଲାଇବାକୁ କହିଥିଲେ। ତେବେ ଗାଡ଼ି ଷ୍ଟାର୍ଟ ହେଉ ହେଉ ଗଡ଼ି ଯାଇଥିଲା ଓ ପୂଜକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ପୂଜକ ପ୍ରାଣ ହରାଇଥିଲେ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।