ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ଜିଲ୍ଲାରୁ କିଏ ହୋଇପାରନ୍ତି ମନ୍ତ୍ରୀ? ଚର୍ଚ୍ଚାରେ ଏମାନେ

minister aspirant in naveen team

naveen-patnik

Tapas Behera
  • Published: Tuesday, 28 May 2019
  • , Updated: 28 May 2019, 02:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ନେବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଥର ଜିଲ୍ଲା ଗୁଡ଼ିକୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବାକୁ ନବୀନ ଯୋଜନା କରୁଥିବା କୁହାଯାଉଛି।

ସମ୍ଭାବ୍ୟ ତାଲିକା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର, ଗୋପାଳପୁରରୁ ନିର୍ବାଚିତ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ ଏବଂ କବିସୂର୍ଯ୍ୟନଗରରୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ଲତିକା ପ୍ରଧାନ ଏବଂ ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି।

ସେହିପରି  ପଶ୍ଚିମ ଓଡ଼ିଶାକୁ ମଧ୍ୟ ନବୀନ ଗୁରୁତ୍ୱ ଦେଉଥିବା କୁହାଯାଇଛି। ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ସୁବର୍ଣ୍ଣପୁରରୁ ନିରଞ୍ଜନ ପୂଜାରୀ, ଝାରସୁଗୁଡ଼ାରୁ ନବକିଶୋର ଦାସ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି।

Related story