‘ମୁଖ୍ୟମନ୍ତ୍ରୀ ମହାଶୟ, ଆପଣଙ୍କ ନୈତିକତା କୁଆଡ଼େ ଗଲା?’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାକୁ ନେଇ ଆଜି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି,  ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିଲେ। ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ଆଜି ସେ ନୈତିକତା କୁଆଡ଼େ ଗଲା? ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ […]

cm-naveen-patnaik-and-dharm

Niharika Rout
  • Published: Friday, 19 November 2021
  • , Updated: 19 November 2021, 03:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ହତ୍ୟା ମାମଲାକୁ ନେଇ ଆଜି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେଇ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ଏନେଇ ମନ୍ତ୍ରୀ କହିଛନ୍ତି,  ନୈତିକତା ଚାପରେ ଶାସ୍ତ୍ରୀ, ଆଡଭାନୀ ବି ଇସ୍ତଫା ଦେଇଥିଲେ। ନୈତିକତା ଆଧାରରେ ଆପଣ ବି ଅନେକ ମନ୍ତ୍ରୀଙ୍କୁ ବିଦା କରିଛନ୍ତି। ଆଜି ସେ ନୈତିକତା କୁଆଡ଼େ ଗଲା?

ଏତଲାଟିଏ ଦେବା ପାଇଁ ପୀଡ଼ିତାଙ୍କ ବାପା, ମା’ ଥାନା ଥାନା ବୁଲିଲେ। ପୀଡ଼ିତାଙ୍କ ବାପା, ମାଙ୍କର ୧୬୪ ବୟାନ ରେକର୍ଡ କରାଯାଇନି। ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଚାପ ପକାଇ କେସ୍ କରାଯାଇଛି। ସେମାନଙ୍କୁ ଆଣି ପ୍ରାୟୋଜିତ ମାମଲା କରାଯାଇଛି । ସେମାନଙ୍କ ଉପରେ ଚାପ ପକାଇ ତ୍ୱରିତ ଶୁଣାଣି ପାଇଁ କେସ୍ ହୋଇଛି।

ମାମଲାର ଚାର୍ଜସିଟ୍ ହୋଇ ନ ଥିବା ବେଳେ ତ୍ୱରିତ ଶୁଣାଣି ପାଇଁ ଅପିଲ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ମୁଖ୍ୟମନ୍ତ୍ରୀ ମହାଶୟ, କାହାରି ଅହଂକାର ବେଶି ଦିନ ତିଷ୍ଠିନି ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସୂଚନାଯୋଗ୍ୟ ମମିତା ହତ୍ୟା ମାମଲାରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ସମଗ୍ର ରାଜ୍ୟ ଉଠୁଥିବା ପଡ଼ୁଥିବା ବେଳେ ବିଜେଡି କିନ୍ତୁ ନିଦାବିଷ୍ଣୁ ସାଜିଛି। ମନ୍ତ୍ରୀଙ୍କୁ ବାହାର ରାସ୍ତା ଦେଖାଇବା ମୁଡରେ ଦଳ ନ ଥିବା ବେଳେ ଟାଣୁଆ ନେତା ତାଙ୍କ ଢାଲ ସଦୃଶ କାମ କରୁଛନ୍ତି।

ଏହାବାଦ ମନ୍ତ୍ରୀ ପ୍ରଧାନ କହିଛନ୍ତି, କରୋନା ସମୟରେ ପାଖାପାଖି ଦେଢ ବର୍ଷ ପର୍ଯ୍ୟନ୍ତ ମୋଦି ସରକାର ସମଗ୍ର ଦେଶରେ ଜଣ ପିଛା ୫ କିଲୋ ଚାଉଳ, ଡାଲି ଦେଇଥିଲେ । ମାଗଣାରେ ଘର, ଖାଦ୍ୟ, ବିଜୁଳି, ଗ୍ୟାସ ଶୌଚାଳୟ, ପିଇବା ପାଣି ଯୋଗାଇଛନ୍ତି ମୋଦି।

ସମଗ୍ର ଦେଶରେ ୧୧୩ କୋଟି ଡୋଜ ଲାଗି ସାରିଛି। ସେଥିମଧ୍ୟରୁ ୪୦ କୋଟି ଲୋକଙ୍କୁ ୨ ଡୋଜ ଲାଗି ସାରିଛି। ହେଲେ ଓଡ଼ିଶାରେ ୨୫ ଲକ୍ଷରୁ ଅଧିକ ଟିକା ଓଡ଼ିଶାର ବିଭିନ୍ନ ମେଡିକାଲରେ ମହଜୁଦ ଅଛି। ଟିକାକରଣ କ୍ଷେତ୍ରରେ ଓଡ଼ିଶା ଏକ ପଛୁଆ ରାଜ୍ୟ ।

ଗରୀବ, ଚାଷୀ, ପଛୁଆ ଲୋକ, ଆଦିବାସୀଙ୍କ ପାଇଁ ବହୁ କଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଛି। ହେଲେ ଏହାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇ ପାଇଁ ଓଡ଼ିଶାର ବୈକଳ୍ପିକ ବ୍ୟବସ୍ଥା ଦରକାର। ଏହାର ନେତୃତ୍ୱ ନେବେ ନରେନ୍ଦ୍ର ମୋଦୀ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

Related story