ଶ୍ରମ ମନ୍ତ୍ରୀଙ୍କ ପାଖରେ ନାହିଁ ପ୍ରବାସୀ ଫେରନ୍ତାଙ୍କ ହିସାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା କେତେ ପ୍ରବାସୀ ଫେରିଲେଣି? ତାର ହିସାବ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପାଖରେ ନାହିଁ। ଏକଥା ସେ ଖୋଦ୍‌ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କେତେ ପ୍ରବାସୀ ଫେରିଲେଣି, ତା’ର ହିସାବ ଆମ ପାଖରେ ନାହିଁ। ସେ କହିଛନ୍ତି-“ଫେରିବାକୁ ଥିବା ପ୍ରବାସୀଙ୍କ ପାଇଁ ପ୍ରତି ଜିଲ୍ଲାପରିଷଦ ଜୋନ୍‌ରେ ଗୋଟିଏ ଲେଖାଏଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲା ଯାଉଛି। ସେଠାରେ ୫୦ରୁ ୧୦୦ ଲୋକଙ୍କୁ ରହିବାର ବ୍ୟବସ୍ଥା କରାଯାଉଛି। ଯଦି […]

susant-singh

Manoranjan Sial
  • Published: Wednesday, 21 April 2021
  • , Updated: 21 April 2021, 10:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ବର୍ତ୍ତମାନ ସୁଦ୍ଧା କେତେ ପ୍ରବାସୀ ଫେରିଲେଣି? ତାର ହିସାବ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପାଖରେ ନାହିଁ। ଏକଥା ସେ ଖୋଦ୍‌ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କେତେ ପ୍ରବାସୀ ଫେରିଲେଣି, ତା’ର ହିସାବ ଆମ ପାଖରେ ନାହିଁ।

ସେ କହିଛନ୍ତି-“ଫେରିବାକୁ ଥିବା ପ୍ରବାସୀଙ୍କ ପାଇଁ ପ୍ରତି ଜିଲ୍ଲାପରିଷଦ ଜୋନ୍‌ରେ ଗୋଟିଏ ଲେଖାଏଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲା ଯାଉଛି। ସେଠାରେ ୫୦ରୁ ୧୦୦ ଲୋକଙ୍କୁ ରହିବାର ବ୍ୟବସ୍ଥା କରାଯାଉଛି। ଯଦି ଅଧିକ ସଂଖ୍ୟକ ପ୍ରବାସୀ ଆସନ୍ତି, ତାହାହେଲେ ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲିବାର ବ୍ୟବସ୍ଥା କରାଯିବ।”

ଶ୍ରୀ ସିଂହ ଆହୁରି କହିଛନ୍ତି-“ବର୍ତ୍ତମାନ ଛତିଶଗଡ଼ ସୀମା ସିଲ୍‌ ଅଛି। କିନ୍ତୁ ଲୋକେ ଗଲା ରାସ୍ତା ଦେଇ ଆସୁଛନ୍ତି। ସେଥିପାଇଁ ବ୍ଲକ, ଏନ୍‌ଏସି ଓ ମ୍ୟୁନିସିପାଲିଟି କର୍ମଚାରୀମାନଙ୍କ ଦ୍ୱାରା ଟ୍ରାକ୍‌ କରାଯାଉଛି। ସେମାନଙ୍କର ପ୍ରଥମେ କରୋନା ଟେଷ୍ଟ କରାଯିବ। ତା’ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଯାଉଛି।”

ସେ ଆହୁରି କହିଛନ୍ତି-“ଗତବର୍ଷ ଯେତେ ପ୍ରବାସୀ ଆସିଥିଲେ, ସେମାନଙ୍କ ଭିତରୁ ସବୁ ଫେରିନାହାନ୍ତି। ସେମାନଙ୍କ ଭିତରୁ ଅଧିକ ରାଜ୍ୟରେ ଅଛନ୍ତି। ବହୁତ କମ୍‌ ଲୋକ ଫେରିଛନ୍ତି।”

Related story