ବିବାଦରେ ଥିଲେ ଖଣି ମନ୍ତ୍ରୀଙ୍କ ବୋହୂ, ଆଜି ଖୋଲିଲେ ମୁହଁ

କାମାକ୍ଷାନଗର (ବିଦ୍ୟାଧର ବରାଳ): କାମାକ୍ଷାନଗର କଲେଜରେ ହୋଇଥିବା ମହାଦୁର୍ନୀତି ନେଇ ଲୋକାୟୁକ୍ତରେ ଅଭିଯୋଗ ହେବାର ଦୁଇ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ। ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିବା ପିଏଚ୍‌ଡିର ସବୁ ପ୍ରମାଣ ଦେଖାଇଛନ୍ତି। ଖଣିମନ୍ତ୍ରୀଙ୍କ ବୋହୂ ତଥା କାମାକ୍ଷାନଗର କଲେଜର ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଲିପ୍ସା ପ୍ରଧାନ […]

lipsa1

Manoranjan Sial
  • Published: Thursday, 21 January 2021
  • , Updated: 21 January 2021, 07:43 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): କାମାକ୍ଷାନଗର କଲେଜରେ ହୋଇଥିବା ମହାଦୁର୍ନୀତି ନେଇ ଲୋକାୟୁକ୍ତରେ ଅଭିଯୋଗ ହେବାର ଦୁଇ ଦିନ ପରେ ଆଜି ମୁହଁ ଖୋଲିଛନ୍ତି ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ। ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ କରିଥିବା ପିଏଚ୍‌ଡିର ସବୁ ପ୍ରମାଣ ଦେଖାଇଛନ୍ତି।

ଖଣିମନ୍ତ୍ରୀଙ୍କ ବୋହୂ ତଥା କାମାକ୍ଷାନଗର କଲେଜର ପ୍ରାଣୀ ବିଜ୍ଞାନର ଅଧ୍ୟାପିକା ଲିପ୍ସା ପ୍ରଧାନ କହିଛନ୍ତି, ଆର୍‌ଟିଆଇ ତଥ୍ୟକୁ ନେଇ ଯେଉଁ ରାଜନୀତି କରାଯାଉଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା। ମୋ ପାଖରେ ସବୁ କିଛି ରେକର୍ଡ ଅଛି। ମୁଁ ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରି ପିଏଚ୍‌ଡି କୋର୍ସ ୱାର୍କ କରିଛି। ଯାହାର ପ୍ରମାଣ ମୋ ପାଖରେ ରହିଛି। ଏପରିକି ମୁଁ କଲେଜକୁ ନିୟମିତ ଭାବେ ଯାଇଛି। ପିଲାଙ୍କର ଖାତା ମଧ୍ୟ ଦେଖିଛି। ମୋର ଉପସ୍ଥାନ ମଧ୍ୟ ରହିଛି। ମୁଁ ବେଆଇନ୍‌ ଭାବେ ଦରମା ଟଙ୍କା ଉଠାଇନାହିଁ ବୋଲି ଲିପ୍ସା କହିଛନ୍ତି।

ସେ ଆହୁରି କହିଛନ୍ତି-“ଉତ୍କଳ ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି ପାଇଁ ମୁଁ ସିଲେକ୍ଟ ହେବା ପରେ ୨୦୧୬ ମର୍ଚ୍ଚ ୨୧ ତାରିଖରେ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସରୁ ଏକ ଡିଡି କରିଥିଲି। ଯାହାର ନଂ 162252। ସେହି ଡିଡି ଦେଇ ବିଶ୍ୱବିଦ୍ୟାଳୟରେ ଆଡମିସନ୍‌ କରିଥିଲି। ତେଣୁ ମୋ’ ନାଁରେ ସୂଚନା ଅଧିକାର କର୍ମୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ।”

ତେବେ ଏଠି ପ୍ରଶ୍ନ ଉଠୁଛି ସତ କହୁଛି କିଏ? ସୂଚନା ଅଧିକାରୀ କର୍ମୀଙ୍କ ତଥ୍ୟ ନା ମନ୍ତ୍ରୀଙ୍କ ବୋହୂ ଲିପ୍ସାଙ୍କ ପାଖରେ ଥିବା କାଗଜପତ୍ର। ଲୋକୟୁକ୍ତଙ୍କ ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମତପ୍ରକାଶ ପାଇଛି।

Related story