ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଚିଠି ଲେଖିଲେ ପ୍ରତାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଥିବା ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି କହିଛନ୍ତି ଯେ,  ଗୋପାଳକମାନେ ବର୍ତ୍ତମାନ ଦୋକାନ ବନ୍ଦ ଥିବା ହେତୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁ ନାହାନ୍ତି। ଓମ୍‌ଫେଡ଼ ମଧ୍ୟ ନିଜ କ୍ଷମତାଠାରୁ କମ୍ ପରିମାଣର ଦୁଗ୍ଧ ଚାଷୀଙ୍କଠାରୁ ସଂଗ୍ରହ କରୁଛି। […]

pratap1

Tapaswini Nayak
  • Published: Wednesday, 01 April 2020
  • , Updated: 01 April 2020, 10:03 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଥିବା ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ସେ ଟ୍ୱିଟ୍‌ କରି କହିଛନ୍ତି ଯେ,  ଗୋପାଳକମାନେ ବର୍ତ୍ତମାନ ଦୋକାନ ବନ୍ଦ ଥିବା ହେତୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ବିକ୍ରି କରିପାରୁ ନାହାନ୍ତି। ଓମ୍‌ଫେଡ଼ ମଧ୍ୟ ନିଜ କ୍ଷମତାଠାରୁ କମ୍ ପରିମାଣର ଦୁଗ୍ଧ ଚାଷୀଙ୍କଠାରୁ ସଂଗ୍ରହ କରୁଛି। ଫଳରେ ଚାଷୀମାନେ ହତାଶ ହୋଇ ଦୁଗ୍ଧ ଢାଳି ଦେଉଛନ୍ତି ଓ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି। ଏଣୁ ଗୋପାଳଙ୍କମାନଙ୍କୁ କିଛି କ୍ଷତିପୂରଣ ଦେବା ସହ ଏହି ସମସ୍ୟାର ସମାଧାନ ବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ପ୍ରତାପ।

Related story