‘ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଦୁଃଖିତ, ହେଲେ ବିରୋଧୀଙ୍କ କଥାର ଉତ୍ତର ଦେବିନି’
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨ ଦିନ ଚୁପ୍ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସିଧାସଳଖ କାହା ନାଁ ନେଇଥିଲେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିଜ କଥା ରଖିଛନ୍ତି। ନେଇ ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ମୁଁ ବହୁତ ଦୁଃଖିତ । ଧର୍ମେନ୍ଦ୍ର ମୋ ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଥିବାରୁ ଏ ଘଟଣା ନେଇ ମୁଁ ମର୍ମାହତ । ବାକି ବିବାଦ କଣ […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨ ଦିନ ଚୁପ୍ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ସିଧାସଳଖ କାହା ନାଁ ନେଇଥିଲେ ବି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ନିଜ କଥା ରଖିଛନ୍ତି।
ନେଇ ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ନେଇ ମୁଁ ବହୁତ ଦୁଃଖିତ । ଧର୍ମେନ୍ଦ୍ର ମୋ ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଥିବାରୁ ଏ ଘଟଣା ନେଇ ମୁଁ ମର୍ମାହତ । ବାକି ବିବାଦ କଣ ମୁଁ ଜାଣିନି, ପରିବାର ପକ୍ଷରୁ ତ କିଛି ଅଭିଯୋଗ ଆସିନି। ବିରୋଧୀ ଦଳଙ୍କ କଥାରେ ଉତ୍ତର ଦେବା ଉଚିତ ମନେ କରୁନି ।
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଜାରି ରହିଥିବା ବେଳେ ଏଥିରେ ଛନ୍ଦି ହୋଇଯାଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏହି ଘଟଣାକୁ ତାଙ୍କୁ ଟାଣିବା ସହ ସିଧାସଳଖ ଟାର୍ଗେଟ କରିଛି ବିଜେପି । ଏନେଇ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଆତ୍ମହତ୍ୟାଜନିତ ନୁହେଁ। ତାଙ୍କୁ ହତ୍ୟା କରା ଯାଇଥାଇପାରେ। ଆଉ ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ରହିଛି।
ଗତ ଶନିବାର ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ସିଧାସଳଖ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଥିଲେ, ଗତ ୧୫ ଦିନ ତଳେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଦିନ ହେବ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ତ୍ରୀଙ୍କ ସହ ଝଗଡ଼ା କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଥିଲା । ଧର୍ମେନ୍ଦ୍ର ସାହୁଙ୍କ ଘରେ ଉଠିଥିବା ପାରିବାରିକ ଝଡ଼ର କେନ୍ଦ୍ରବିନ୍ଦୁ ମନ୍ତ୍ରୀ ସମୀର ଦାଶ ବୋଲି କହିଥିଲେ ପ୍ରଭାତୀ।
ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁରେ ସମୀର ଦାଶଙ୍କ ସମ୍ପୃକ୍ତି ନେଇ ତାଙ୍କ ପରିବାର କିଛି କହୁ ନ ଥିବା ବେଳେ ବିରୋଧି କେଉଁ ତଥ୍ୟ ଆଧାରରେ ତାଙ୍କୁ ଏହା ମଧ୍ୟକୁ ଟାଣୁଛନ୍ତି ତାହା ସ୍ପଷ୍ଟ ହୋଇନି।
ଏହାବାଦ ଆଜି ଧର୍ମେନ୍ଦ୍ର ସାହୁଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏହା ପଛର କାରଣ କ’ଣ ତାକୁ ନେଇ ଲାଗି ରହିଛି ସସ୍ପେନ୍ସ ।
https://youtu.be/ulVTvf4OM90