ଶିଶୁ ନିଖୋଜ ନେଇ ମନ୍ତ୍ରୀଙ୍କ ଅଜବ ଉତ୍ତର: କହିଲେ-ମୁଁ ନୁହେଁ, କହିବ ଗୃହ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ଅଜବ ଉତ୍ତର। ମନ୍ତ୍ରୀଙ୍କ ଏପରି ଉତ୍ତରକୁ ନେଇ ବର୍ଷିଛି ବିଜେପି। ଶିଶୁ ନିଖୋଜ ପ୍ରସଙ୍ଗରେ ନୀରବ ରହୁଥିବା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ […]

tukuni-sahoo

Manoranjan Sial
  • Published: Sunday, 03 January 2021
  • , Updated: 03 January 2021, 04:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୫ ବର୍ଷରେ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଦେଇଛନ୍ତି ଅଜବ ଉତ୍ତର। ମନ୍ତ୍ରୀଙ୍କ ଏପରି ଉତ୍ତରକୁ ନେଇ ବର୍ଷିଛି ବିଜେପି।

ଶିଶୁ ନିଖୋଜ ପ୍ରସଙ୍ଗରେ ନୀରବ ରହୁଥିବା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ସେ କହିଛନ୍ତି, “ଗୃହ ବିଭାଗ ଏହାର ଉତ୍ତର ଦେଇପାରିବ। କାରଣ ଶିଶୁ ନିଖୋଜ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଁ ସେ ସମ୍ପର୍କରେ କିଛି କହିପାରିବି ନାହିଁ।”

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ଅଜବ ଉତ୍ତରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ଯେଉଁମାନେ ମହିଳା କୋଟାରେ ମନ୍ତ୍ରୀ ହୋଇଛନ୍ତି, ସେମାନଙ୍କର ପରୀ ଓ ଶିଶୁ ନିଖୋଜ ଭଳି ପ୍ରସଙ୍ଗରେ ସମ୍ବେଦନଶୀଳତା ନାହିଁ। ପଦପଦବୀରେ ରହିବାକୁ ଚାହାଁନ୍ତି। ହେଲେ ଦାୟିତ୍ୱ ମୁଣ୍ଡାଇବାକୁ ଚାହାଁନ୍ତି ନାହିଁ ବୋଲି ଲେଖାଶ୍ରୀ କହିଛନ୍ତି।

ରାଜ୍ୟରେ ଶିଶୁ ନିଖୋଜ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସାରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ଚାଲିଛି। ରାଜ୍ୟ ବିଜେପି ବିଭିନ୍ନ ମନ୍ଦିର ଆଗରେ ଦୀପ ଜାଳି ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛି।

Related story