ନିଜ ନିର୍ବାଚନମଣ୍ଡଳୀରେ ଫେଲ୍ ମାରିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ସତ୍ତ୍ୱେ ନିଜ ନିର୍ବାଚନମଣ୍ଡଳୀରେ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେଲ୍ ମାରିଛନ୍ତି । ଆଜି ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ନିର୍ବାଚନମଣ୍ଡଳୀର ୨ଟି ବ୍ଲକ ସଇଁତଳା ଓ ଗୁଡ଼ଭେଲାର ପଂଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ବିରୋଧୀ ଦଳ ହାତକୁ ଟେକି ଦେଇଛନ୍ତି । ପଶ୍ଚିମଓଡ଼ିଶାର ଦୁଇ […]

Tukuni Sahu

Ordigital Desk
  • Published: Saturday, 12 March 2022
  • , Updated: 12 March 2022, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ସତ୍ତ୍ୱେ ନିଜ ନିର୍ବାଚନମଣ୍ଡଳୀରେ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଫେଲ୍ ମାରିଛନ୍ତି । ଆଜି ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ହୋଇଥିବା ନିର୍ବାଚନରେ ବଲାଙ୍ଗିର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଶ୍ରୀମତୀ ସାହୁ ନିଜ ନିର୍ବାଚନମଣ୍ଡଳୀର ୨ଟି ବ୍ଲକ ସଇଁତଳା ଓ ଗୁଡ଼ଭେଲାର ପଂଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ବିରୋଧୀ ଦଳ ହାତକୁ ଟେକି ଦେଇଛନ୍ତି । ପଶ୍ଚିମଓଡ଼ିଶାର ଦୁଇ ପ୍ରଭାବଶାଳୀ ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଯୋଡ଼ି ମଧ୍ୟ ଏହି ଦୁଇଟି ବ୍ଲକକୁ ନିଜ ହାତରେ ରଖିବାରେ ସକ୍ଷମ ହୋଇପାରିନି । ମନ୍ତ୍ରୀ ଶ୍ରୀ ସିଂ ଏବେ ବଲାଙ୍ଗିର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲା ବିଜେଡି ସଭାନେତ୍ରୀ ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ନିଜସ୍ୱ ନିର୍ବାଚନମଣ୍ଡଳୀ ଟିଟିଲାଗଡ଼ରେ ୩ଟି ବ୍ଲକ (ପଂଚାୟତ ସମିତି) ଚେୟାରମ୍ୟାନ୍ ପଦବୀ ପାଇଁ ଆଜି ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ସେଥିରେ ସଇଁତଳା ବ୍ଲକ ଚେୟାରମ୍ୟାନ୍ ପଦବୀରେ କଂଗ୍ରେସର ମୋନିକା ସିଂ ଭୋଇ ବିଜୟୀ ହୋଇଛନ୍ତି । ମୋଟ ୨୨ଟି ଭୋଟରୁ ମୋନିକାଙ୍କ ସପକ୍ଷରେ ୧୪ଟି ଯାଇଛି । ସେହିପରି ଗୁଡ଼ଭେଲା ବ୍ଲକରେ ବିଜେପି ସହଯୋଗରେ ସ୍ୱାଧୀନ ପ୍ରାର୍ଥି ବବି ଦୋରା ବିଜୟୀ ହୋଇଛନ୍ତି । ବବିଙ୍କୁ ମୋଟ ୧୩ରୁ ୭ଟି ଭୋଟ୍ ମିଳିଛି । ଅବଶ୍ୟ ଟିଟିଲାଗଡ଼ ବ୍ଲକର ଚେୟାରମ୍ୟାନ ପଦବୀରେ ସଂଯୁକ୍ତା ନାଏକଙ୍କୁ ନିଦ୍ୱନ୍ଦ୍ୱରେ ବିଜୟୀ କରାଇ ଶ୍ରୀମତୀ ସାହୁ ନିଜର ରାଜନୀତିକ ଅସ୍ତିତ୍ୱ ରକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ଟୁକୁନି ସାହୁ ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ମହଲାର ଆଶୀର୍ବାଦରେ ଜିଲ୍ଲା ସଂଗଠନ ଦାୟିତ୍ୱ ନେଇଥିଲେ ଜିଲ୍ଲାରେ ବିଜେଡିର ଫାଟ ଜଳଜଳ ଦିଶୁଛି । ଟୁକୁନି ଓ ସୁଶାନ୍ତଙ୍କ ଯୋଡ଼ି ନିଜର ସାଂଗଠନିକ ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହୋଇନଥିବାରୁ ଜିଲ୍ଲାର ମୋଟ ୧୪ଟି ବ୍ଲକ ମଧ୍ୟରୁ ବିଜେଡିକୁ ମାତ୍ର ୯ଟିରେ ନିଜର ବ୍ଲକ ଚେୟାରମ୍ୟାନକୁ ନିର୍ବାଚିତ କରାଇ ପାରିଛି । ଯଦିଓ ସମଗ୍ର ରାଜ୍ୟରେ ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୮୫% ବ୍ଲକରେ ବିଜେଡି ସମର୍ଥିତ ଚେୟାରମ୍ୟାନ ନିର୍ବାଚନ ଜିତିଛନ୍ତି ।

Related story