ଦଶମ ଶ୍ରେଣୀ ପିଲାଙ୍କୁ ଗଣିତ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

କୋଣାର୍କ (ସଞ୍ଜୟ ପତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍‌ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଏହାର ନମୂନା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ସମୀରଙ୍କ ପରି ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି […]

bjd

Manoranjan Sial
  • Published: Friday, 01 November 2019
  • , Updated: 01 November 2019, 05:43 PM IST

କୋଣାର୍କ (ସଞ୍ଜୟ ପତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍‌ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଏହାର ନମୂନା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଅଚାନକ ସ୍କୁଲ ପରିଦର୍ଶନ କରି ପିଲାମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। ସମୀରଙ୍କ ପରି ଗତକାଲି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଚାନକ ଏକ ସ୍କୁଲକୁ ଯାଇ ଦଶମ ଶ୍ରେଣୀ ପିଲାଙ୍କୁ ଗଣିତ ଫର୍ମୁଲା ବତାଇ ଥିଲେ।

ଗତକାଲି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଝାଡ଼ଲିଙ୍ଗ ଓ ନୂଆଗଡ଼ ପଞ୍ଚାୟତ ପର୍ଯ୍ୟନ୍ତ ହୋଇଥିଲା ବିଜେଡିର ପଦଯାତ୍ରା। ଏଥିରେ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ। ପଦଯାତ୍ରା ସରିବା ପରେ ମନ୍ତ୍ରୀ ଫେରୁଥିବା ବେଳେ ଅଚାନକ ନୂଆଗଡ଼ ବାସୁଳେଇ ବିଦ୍ୟାପୀଠ ପରିଦର୍ଶନରେ ଯାଇଥିଲେ। ସେ ପ୍ରଥମେ ପିଲାମାନଙ୍କ ସହିତ କଥା ହୋଇଥିଲେ। ପରେ ସେ ଶ୍ରେଣୀ ଗୃହରେ ଦଶମ ଶ୍ରେଣୀ ପିଲାମାନଙ୍କୁ ଗଣିତର ଫର୍ମୁଲା ବତାଇ ଥିଲେ। ପାଖାପାଖି ୧୫ରୁ ୨୦ ମିନିଟ୍‌ ଧରି ମନ୍ତ୍ରୀ ପିଲାମାନଙ୍କୁ ପାଠ ପଢ଼ାଇଥିଲେ।

ସୂଚନାରୁ ପ୍ରକାଶ, ମନ୍ତ୍ରୀ ତୁଷାରକାନ୍ତି ବେହେରା ପେଶାରେ ଜଣେ ଆସିଷ୍ଟାଣ୍ଡ୍‌ ପ୍ରଫେସର ଥିଲେ। ରେଭେନ୍ସା ଜୁନିୟର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌ କରିବା ପରେ ଆଇଆଇଟି ଖଡଗଡ଼ପୁରରେ ପାଠ ପଢ଼ିଥିଲେ। ସେଠାରୁ ପାସ୍‌ ହେବା ପରେ ସେ ସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଡ୍‌ ପ୍ରଫେସର ଭାବେ ଯୋଗଦେଇଥିଲେ। ପିଲାମାନଙ୍କୁ ପାଠ ପଢ଼ାଉଥିବା ବେଳେ ହଠାତ୍‌ ରାଜନୀତିକୁ ଅସିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଥିଲେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଜଣେ ଦକ୍ଷମନ୍ତ୍ରୀ ହୋଇପାରିଛନ୍ତି।

Related story