ମନ୍ତ୍ରୀଙ୍କ ପୁତୁରା ନିରାଶ: ମିଳିଲାନି ଜାମିନ

କଟକ(ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ନିରାଶ ହୋଇଛନ୍ତି। ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ଓରଫ ଭିକି ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ସେ କଟକ JMFC କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଆଜି କୋର୍ଟ ଖାରଜ କରି ଦେଇଛନ୍ତି। […]

77-1

  • Published: Wednesday, 02 November 2022
  • , Updated: 02 November 2022, 08:08 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ସଦର ଥାନା ପ୍ରତାପନଗରୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଆଣ୍ଠେଇବା ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ନିରାଶ ହୋଇଛନ୍ତି। ମନ୍ତ୍ରୀଙ୍କ ପୁତୁରା ଅମରେନ୍ଦ୍ର ପ୍ରତାପ ଓରଫ ଭିକି ଜାମିନ ପାଇଁ ଆବେଦନ କରିଥିଲେ ହେଁ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି।

ସେ କଟକ JMFC କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କ ଜାମିନ ଆବେଦନକୁ ଆଜି କୋର୍ଟ ଖାରଜ କରି ଦେଇଛନ୍ତି। ଭିକି ହେଉଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତୁରା ତଥା ଯୁବ ବିଜେଡିର ସଂପାଦକ। ସେ କଟକ ଚାନ୍ଦିନୀ ଚୌକ ଅଞ୍ଚଳରେ ରୁହନ୍ତି।

ଭିକି ଓ ତାଙ୍କର ସାଙ୍ଗମାନେ ଜଣେ ବ୍ୟକ୍ତିଙ୍କୁ ବିଚ ରାସ୍ତାରେ ମାଡ଼ ମାରିବା ସହ ତାଙ୍କୁ ଆଣ୍ଠେଇ ଦେଇଥିଲେ। ଉକ୍ତ ଘଟଣାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାଁରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୧୪ଟି ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ, ପୂରା ଗାଡ଼ି ସାଇଡ୍ ମରାକୁ ନେଇ ଗତ ଗୁରୁବାର ଦିନ ଘଟିଥିଲା। ସେହିଦିନ ଅପରାହ୍ନରେ ଭିକି ସ୍ୱାଇଁ ଓ ତାଙ୍କର ୧୦ରୁ ୧୨ ସାଥୀ ୩ଟି କାରରେ ଯାଉଥିବା ବେଳେ ପ୍ରତାପନଗରୀ ଅଞ୍ଚଳରେ ଥିବା ଏକ କାର୍ ଶୋ’ରୁମ୍ ନିକଟରେ ଅନ୍ୟ ଏକ କାର ପଛରୁ ଆସି ସେମାନଙ୍କୁ ଓଭର ଟେକ୍ କରିଥିଲା। ଏହି ସମୟରେ ଭିକି ସ୍ୱାଇଁ ଓ ତାଙ୍କର ସାଙ୍ଗମାନଙ୍କ ୩ଟି କାର୍‌ ମଧ୍ୟରୁ ଗୋଟିକରେ ତାହା ଘଷି ହୋଇଯାଇଥିଲା।

ଏହା ପରେ ଉକ୍ତ କାରକୁ ଅଟକାଇ ଚାଳକଙ୍କୁ ଉଠାଇ ଆଣିଥିଲେ ଭିକି ସ୍ୱାଇଁ ଓ ତାଙ୍କ ସାଥୀମାନେ। ସେମାନେ ଉକ୍ତ ବ୍ୟକ୍ତିଙ୍କୁ ରାସ୍ତାରେ ମାଡ଼ ମାରିବା ସହ ଆଣ୍ଠେଇ ଦେଇଥିଲେ। ଏପରିକି ସ୍ଥାନୀୟ କିଛି ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ୪ ଜଣ ଆହତ ହୋଇଥିବା ଜଣାପଡ଼ିଥିଲା।

Related story