ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କ ପାଇଲଟ୍‌ ଗାଡ଼ି

ମୋହନା (ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କୁ ଏସକର୍ଟ କରି ନେଉଥିବା ଗାଡ଼ି। ଗଜପତି ଜିଲ୍ଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିଲେ। ପାରଳାଖେମୁଣ୍ଡିରୁ ତାଙ୍କୁ ଏସକର୍ଟ କରି ନେଉଥିବା ପୁଲିସ୍ ଗାଡ଼ି ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିରିକୋଟ ଡାକ୍ତରଖାନାରେ […]

Accident

Jitendra Garnayak
  • Published: Sunday, 17 October 2021
  • , Updated: 17 October 2021, 02:33 PM IST

ମୋହନା (ଓଡ଼ିଶା ରିପୋର୍ଟର): ଭାରସାମ୍ୟ ହରାଇ ଓଲଟିଲା ମନ୍ତ୍ରୀଙ୍କୁ ଏସକର୍ଟ କରି ନେଉଥିବା ଗାଡ଼ି। ଗଜପତି ଜିଲ୍ଲା ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡ଼ାରୁ ଭୁବନେଶ୍ୱର ଫେରୁଥିଲେ। ପାରଳାଖେମୁଣ୍ଡିରୁ ତାଙ୍କୁ ଏସକର୍ଟ କରି ନେଉଥିବା ପୁଲିସ୍ ଗାଡ଼ି ଉଲିଆପଦା ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

ଏଥିରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ବିରିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡ଼ିଛି।

Related story